ଏହି ଦିନ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୯: ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ରବିବାର ସୂଚନା ଦେଇଛନ୍ତି।
ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ ।ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ।

ଉପମୁଖ୍ୟମନ୍ତ୍ରୀ  କହିଛନ୍ତି, ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ସେପ୍ଟେମ୍ବର ୭ ତାରିଖ ଯାଏ ଆବେଦନ କରିଥିବା ମହିଳା ୯ରେ  ଟଙ୍କା ପାଇବେ। ସୁଭଦ୍ରା ଯୋଜନାରେ  ପ୍ରଥମ ହିତାଧିକାରୀ ଓ କୋଟିଏ ନମ୍ବରରେ ଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ।

ପ୍ରାୟ ୪୦ ଲକ୍ଷ ମହିଳାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ।ବର୍ତ୍ତମାନ ସୁଦ୍ଧା ୯୭ ଲକ୍ଷ ମହିଳା ‘ସୁଭଦ୍ରା’ ପାଇଁ ଆବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଛି। ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।  ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।

ସୂଚନାଯୋଗ୍ୟ,  ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।   ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି ପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ବଡ଼ ଲଘୁଚାପ: ଏଥର ବର୍ଷାରେ ଭିଜିବ ଦଶହରା…

ଭୁବନେଶ୍ୱର,୨୯।୯: ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା।...

ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ

ଭଦ୍ରକ,୨୯ା୯(ସନାତନ ରାଉତ): ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟନେଟ୍‌ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ...

ବଡ଼ ସୂଚନା ଦେଲେ ମନମୋହନ, ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ବୋର୍ଡ…

ଭୁବନେଶ୍ୱର,୨୯ା୯: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ନିଯୁକ୍ତ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ...

ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ: ୧୯ ନାମୀଦାମୀ ବାଇକ୍‌ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି,୨୯ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଆନ୍ଧ୍ର ଓ ଓଡ଼ିଶା ଆନ୍ତଃରାଜ୍ୟ ବାଇକ୍‌ ଲୁଟେରାକୁ ଧରିବା ସହ ୧୯ଟି...

ସୀମାରେ ଆଇଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର...

କାରରେ ପୁଳାପୁଳା ଟଙ୍କା : ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୯।୯: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ...

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri