ରାତିରେ ଶୋଇଥିଲେ, ହେଲେ ସକାଳୁ ଉଠିଲେନି

ପଦ୍ମପୁର, ୩ା୪(ଡି.ଏନ.ଏ.): ଭଦ୍ରକ ବ୍ଲକ ଅଧୀନ ଜିତାନଗା ଗ୍ରାମରେ ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ରକରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ବାବୁଲି ଦାସ(୨୪)। ସୂଚନା ଅନୁଯାୟୀ, ରବିବାର ରାତିରେ ସେ ନିଜ ରୁମ୍‌ରେ ଶୋଇଥିଲେ। ସୋମବାର ସକାଳେ ନ ଉଠିବାରୁ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଖବରପାଇ ସାବରଙ୍ଗ ଥାନା ଏସ୍‌ଆଇ ଯତୀନ୍ଦ୍ର ନାଥ ସିଙ୍କୁ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୬/୨୩) ରୁଜୁ କରାଯାଇଛି।