ସିଗାରେଟ୍‌ରେ ଗଞ୍ଜେଇ ଭର୍ତ୍ତିକରି ବିକୁଥିଲେ

କଟକ ଅଫିସ, ୧୩।୨:  ଗଞ୍ଜେଇ ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ୨ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ବୁବା ଓରଫ ନାରାୟଣ ପତି ଓ ମଧୁପାଟଣା ଥାନା ଅଧୀନ କଲ୍ୟାଣ ନଗର ଅଞ୍ଚଳର ଅବକାଶ ସ୍ବାଇଁ। ନାରାୟଣଙ୍କଠାରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ, ୨ଟି ମୋବାଇଲ ଓ ଏକ ସ୍କୁଟି(ନଂ. ଓଡ଼ି୦୫ଏଜି-୮୭୯୦) ଜବତ କରାଯାଇଛି। ଏହାପରେ ତାଙ୍କ ଘର ଉପରେ ଶନିବାର ପୋଲିସ ଚଢ଼ାଉ କରି ୭୫ ଲକ୍ଷ ୨୦ ହଜାର ଟଙ୍କା, ୮୦ ଗ୍ରାମର ସୁନା ଅଳଙ୍କାର, ବିପୁଳ ପରିମାଣର ସିଗାରେଟ୍‌ ପ୍ୟାକେଟ୍‌ ଜବତ କରିଥିବା ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ୍‌ ସିଂ କହିଛନ୍ତି।
ଡିସିପିଙ୍କ ସୂଚନା ଅନୁଯାୟୀ, ୨୦୦୫ରୁ ନାରାୟଣ ନିଶା କାରବାର କରିଆସୁଥିଲେ। ଏହି ଘଟଣାରେ ସେ ଅନେକ ଥର ଧରାପଡ଼ି ଜେଲ୍‌ ଯାଇଛନ୍ତି। ସେଠାରୁ ଆସିବା ପରେ ମଧ୍ୟ ସେ ଏହି କାରବାର କରୁଥିଲେ। କେହି ଯେପରି ଜାଣି ନ ପାରିବେ ସେଥିପାଇଁ ବାଇକ୍‌ରେ ଅଳ୍ପ ପରିମାଣର ଗଞ୍ଜେଇ ନେଇ କଟକ ସହର ସମେତ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ବିଭିନ୍ନ ସମୟରେ ତାଙ୍କ ନିକଟରୁ କମ୍‌ ପରିମାଣର ଗଞ୍ଜେଇ ଜବତ କରାଯାଉଥିବାରୁ ସହଜରେ ଜାମିନ ମିଳିଯାଉଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିଗାରେଟ୍‌ କିଣି ଆଣି ସେଥିରେ ଗଞ୍ଜେଇ ଭର୍ତ୍ତି କରି ଏହି ବେଆଇନ କାରବାର କରୁଥିବାବେଳେ ଏଥିରେ ତାଙ୍କୁ ପରିବାର ଲୋକେ ସହଯୋଗ କରୁଥିଲେ। ତାଙ୍କର ଅନ୍ୟ କୌଣସି ରୋଜଗାର ନ ଥିଲା। ତେଣୁ ସେ ମୋଟାଅଙ୍କର ଟଙ୍କାକୁ ବ୍ୟାଙ୍କରେ ରଖିଲେ କାହାର ସନ୍ଦେହ ହେବ ଭାବି ଘରେ ରଖୁଥିଲେ। ପୂର୍ବରୁ ତାଙ୍କ ଉପରେ ସ୍ପେଶାଲ ସ୍କ୍ବାଡ୍‌ ଓ ବାଦାମବାଡି ପୋଲିସ ନଜର ରଖିଥିଲା। ଶୁକ୍ରବାର ନାରାୟଣ ଓ ତାଙ୍କ ସହଯୋଗୀ ଅବକାଶ ଲିଙ୍କ୍‌ରୋଡ୍‌ ନିକଟରେ ଏକ ସ୍କୁଟିରେ ଗଞ୍ଜେଇ ରଖି ଛିଡ଼ା ହୋଇଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ଓ ସ୍ଥାନୀୟ ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରି ଥାନାକୁ ନେଇଥିଲା। ସେଠାରେ ନାରାୟଣଙ୍କୁ ପଚରାଉଚରା ପରେ ପୋଲିସ ତାଙ୍କ ଘରେ ଚଢ଼ାଉ କରି ଏକ ଆଲମିରାରେ ଲୁଚାଇ ରଖାଯାଇଥିବା ଟଙ୍କା ସମେତ ଅନ୍ୟ ସାମଗ୍ରୀ ଜବତ କରିଥିଲା। ଏ ନେଇ ବାଦାମବାଡି ଥାନାରେ ଏକ ମାମଲା(ନଂ.୪୦/୨୨) ରୁଜୁ ହୋଇଛି। ପୂର୍ବରୁ ନାରାୟଣଙ୍କ ନଁାରେ ବାଦାମବାଡି, ପୁରୀଘାଟ, କଟକ ସଦର ଓ ମଧୁପାଟଣା ଥାନାରେ ୬ଟି ଏବଂ ଅବକାଶଙ୍କ ନଁାରେ ବାଦାମବାଡି ଥାନାରେ ଗୋଟିଏ ମାମଲା ରହିଛି। ନାରାୟଣ ଅନ୍ୟ ବ୍ୟବସାୟୀଙ୍କୁ ଗଞ୍ଜେଇ ଦେବା ସହ ଛୋଟ ଛୋଟ ପୁଡ଼ିଆ କରି ନିଜେ ବିକ୍ରି କରୁଥିଲେ। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି। ତେବେ ନାରାୟଣଙ୍କଠାରୁ ବିପୁଳ ପରିମାଣର ଅର୍ଥ ମିଳିବା ପରେ ତାଙ୍କ ଆର୍ଥିକ କାରବାର ବାବଦରେ ତଦନ୍ତ କରିବାକୁ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅବଗତ କରାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇପାହାଡ଼ର ଘରେ ଘରେ ଆନ୍ଧ୍ର, ଓଡ଼ିଶା ବିଦ୍ୟୁତ୍‌ ମିଟର

ନନ୍ଦପୁର,୨୭ା୪ (ତୁଷାରକାନ୍ତ ମହାନ୍ତି): ଗୋଟିଏ ଘରେ ଲାଗିଛି ଦୁଇ ରାଜ୍ୟର ବିଦ୍ୟୁତ୍‌ ମିଟର। ଗୋଟିଏ ଆନ୍ଧ୍ରର ଅନ୍ୟଟି ଓଡ଼ିଶାର। ଏଭଳି ଘଟଣା ନନ୍ଦପୁର ବ୍ଲକ୍‌ ଗୋଲୁର...

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image