ମହିଳାଙ୍କ ଠାରୁ ସୁନା ଚେନ୍‌ ଛଡ଼ାଇନେଲେ ଦୁର୍ବୃତ୍ତ, ଛୁରାମାଡ଼ରେ ଜଣେ ଗୁରୁତର

ବାଲେଶ୍ୱର ଅଫିସ,୨୯।୩: ବାଲେଶ୍ୱର ସହର ସିନେମା ଛକ ନିକଟସ୍ଥ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ସମ୍ମୁଖରେ ଜଣେ ମହିଳା ସୋମବାର ପ୍ରାତଃ ଭ୍ରମଣ ପାଇଁ ଆସିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ବେକରୁ ସୁନାହାର ଛଡ଼େଇ ନେଇ ପଳାଇଥିଲେ। ମହିଳାଜଣଙ୍କ ପାଟି କରିବାରୁ ଆଶ୍ରମର ସିଦ୍ଧେଶ୍ୱର ଗାଆଁଣ ଦୁର୍ବୃତ୍ତଙ୍କୁ ଧରିପକାଇଥିଲେ। ସେ ସିଦ୍ଧେଶ୍ୱରଙ୍କୁ ଛୁରୀ ଭୁଷି ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ କାବୁକରି ପୋଲିସ ଜିମା ଦେଇଥିଲେ। ଉକ୍ତ ଯୁବକଙ୍କ ଠାରୁ ୨ଟି ଛୁରୀ ଜବତ ହୋଇଛି । ଅନ୍ୟ ପକ୍ଷରେ ଗାଆଁଣଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ତା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।