ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ, ଆଉ ଏବେର ପାରିଶ୍ରମିକ…

ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ତାଙ୍କ ଫିଟ୍‌ନେସ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଜୀବନ ପର୍ଯ୍ୟନ୍ତ, କାଜଲ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କାଜଲ ଗୋଟିଏ ବର୍ଷରେ ୧୪ରୁ ୧୫ କୋଟି ଟଙ୍କା କମାନ୍ତି। ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ପୂର୍ବରୁ କାଜଲ ଅନେକ ବିଜ୍ଞାପନରେ ମଧ୍ୟ ଅଭିନୟ କରିଥିଲେ। କାଜଲ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ । କୁହାଯାଉଛି ଯେ ସେ ଫିଲ୍ମ ‘କୁଁ୍ୟ ହୋ ଗୟା ନା’ରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ ଅଭିନୟ କରିଥିଲେ। କାଜଲ ଏହା ଆନେକ ସମୟରେ କହନ୍ତି ଯେ, ସେ ହିନ୍ଦୀ ଚଳଚ୍ଚିତ୍ର ଜାରି ରଖିବେ କିନ୍ତୁ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ କାମ କରିବା ବନ୍ଦ କରିବେ ନାହିଁ, କାରଣ ଏହିଠାରୁ ହିଁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା।

Share