ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଧସେଇ ପଶୁଥିଲା ଛାତ୍ର କଂଗ୍ରେସ, ପରେ..

ଭୁବନେଶ୍ୱର,୧୩।୩: ଭୁବନେଶ୍ୱର ଶିଶୁ ଭବନ ଛକରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯିବା ପାଇଁ ଉଦ୍ୟମ ବେଳେ ଛାତ୍ର କଂଗ୍ରେସ ନେତାଙ୍କୁ ଅଟକାଇଲା ପୋଲିସ । ଫଳରେ ପୋଲିସ ସହ ଛାତ୍ର କଂଗ୍ରେସ ନେତାଙ୍କ ଠେଲାପେଲା ହୋଇଥିଲା । ଏପରିକି ଛାତ୍ର କଂଗ୍ରେସ ନେତା ପୋଲିସ ଉପରକୁ ଟମାଟୋ ମାଡ଼ କରିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ଶିଶୁଭବନ ଛକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ କେତେକ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ଛାତ୍ରମାନଙ୍କ ବିଭିନ୍ନ ସମସ୍ୟା ନେଇ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । କଲେଜରେ ଶିକ୍ଷକ ଅଭାବ, ପରୀକ୍ଷାରେ ବିଭ୍ରାଟ ଭଳି ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ପ୍ରଥମେ ଛାତ୍ର କଂଗ୍ରେସ ନେତାମାନେ ରାଜମହଲ ଛକରେ ଏକାଠି ହୋଇଥିଲେ । ପରେ ଶିଶୁ ଭବନ ଛକ ପର୍ଯ୍ୟନ୍ତ ବିରାଟ ରାଲିରେ ଯାଇଥିଲା ।

Share