ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଭାଙ୍ଗିି ଦେଲେ ୮୦ ଘର

ଢାକା,୧୮।୩: ଫେସବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶର ଏକ ହିନ୍ଦୁ ଗାଁରେ ହିଫାଜତ୍‌-ଇ-ଇସଲାମ୍‌ ନାମକ ମୌଳବାଦୀ ସଂଗଠନ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ସଂଗଠନର ସଦସ୍ୟମାନେ ଗାଁ ପଶି ୮୦ରୁ ଅଧିକ ଘର ଭଙ୍ଗାରୁଜା କରିବା ସହିତ କେତେକ ସ୍ଥାନରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୁନାମଗଞ୍ଜ ଜିଲାର ଶାଲା ଅଞ୍ଚଳର ନାଓ ଗାଁରେ ଜଣେ ଯୁବକ ବିବାଦୀୟ ମନ୍ତବ୍ୟ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ଶାଲା ଥାନା ଅଧିକାରୀ ନାଜମୁଲ୍‌ ହକ୍‌ କହିଛନ୍ତି। ଏବେ ଗାଁରେ ଅବସ୍ଥା ସ୍ବାଭାବିକ ରହିଛି। ତେବେ ସ୍ଥିତି ଉପରେ ତୀକ୍ଷଣ୍‌ ଦୃଷ୍ଟି ରଖାଯାଇଥିତ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗାଁରେ ରାପିଡ୍‌ ଆକ୍ସନ୍‌ ଫୋର୍ସ ମୁତୟନ କରାଯାଇଛି।

Share