Posted inଜାତୀୟ

ପୋଷାକ ଖୋଲି ଠେଙ୍ଗାରେ ପିଟି ଗୁପ୍ତାଙ୍ଗରେ ପକାଇଲେ ଲଙ୍କାଗୁଣ୍ଡ: ସେନା ନିର୍ଯାତନା ବଖାଣିଲେ ପୀଡିତ, ଭିଡିଓ ଭାଇରାଲ…

ଶ୍ରୀନଗର,୨୬।୧୨ : ଜମ୍ମୁ-କଶ୍ମୀରର ପୁଞ୍ଚରେ ଡିସେମ୍ବର ୨୧ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ସେନା ଯବାନ ଶହୀଦ ହୋଇଥିଲେ। ଏହା ପରେ ସେନା ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେଶନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରାଯାଇଥିଲା। ସୂଚନାନୁସାରେ, ପୋଲିସ ଆଖପାଖ ଅଞ୍ଚଳରୁ ୮ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା।

ତେବେ ପଚରାଉଚରା ପରେ ତାଙ୍କୁ ମୁକ୍ତ କରାଯାଇଥିବା ସେନା କହିିଛି। କିନ୍ତୁ ସର୍ଚ୍ଚ ଅପରେଶନ ବେଳେ ସୁରକ୍ଷା ବାହିନୀ ଦ୍ୱାରା ୩ ଜଣଙ୍କ ମୃତଦେହ ଜବତ କରାଯାଇଛି। ଏହା ପରେ ଉତ୍ତର କମାଣ୍ଡର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥାନୀୟ ବ୍ରିଗେଡିୟର୍‌ ସ୍ତରର ଅଧିକାରୀ ଏବଂ ସେନାର ଅନ୍ୟ ଦୁଇଜଣ ଅଧିକାରୀଙ୍କୁ ସ୍ଥାନାନ୍ତର କରିଥିଲେ। ସେନାର ଉଚ୍ଚ ପଦାଧିକାରୀମାନେ ଏହି ଘଟଣାର ତଦନ୍ତ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ପଚରାଉଚରା ବେଳେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ପାଞ୍ଚ ଜଣଙ୍କୁ ରାଜୌରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ଏହି ସନ୍ଦିଗ୍ଧମାନଙ୍କୁ ପଚରାଉଚୁରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଆଶ୍ରାଫ ଗଣମାଧ୍ୟମକୁ କହିଛନ୍ତି ତାଙ୍କୁ ଏବଂ ଅନ୍ୟ ସନ୍ଦିଗ୍ଧ ଲୋକଙ୍କ ଦେହରୁ ପୋଷାକ କାଢ଼ି ଠେଙ୍ଗା ଓ ଲୁହା ରଡରେ ପିଟା ଯାଇଥିଲା। ଏହା ପରେ ସେମାନଙ୍କ ଗୁପ୍ତାଙ୍ଗରେ ହୋଇଥିବା କ୍ଷତ ଉପରେ ଲଙ୍କାଗୁଣ୍ଡ ପକାଯାଇଥିଲା।

ଡାକ୍ତରଖାନାରେ ମହମ୍ମଦ ଆଶ୍ରାଫ (୫୨), ଫାରୁକ ଅହମ୍ମଦ (୪୫), ଫଜଲ ହୁସେନ (୫୦), ମହମ୍ମଦ ବେତାବ (୨୫) ଏବଂ ଅନ୍ୟ ଜଣେ ୧୫ ବର୍ଷ ବୟସ୍କ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବର୍ଷୀୟ ମହମ୍ମଦ ଆଶ୍ରାଫ କହିଛନ୍ତି ଗତ ସପ୍ତାହରେ ତାଙ୍କୁ ଏବଂ ଅନ୍ୟ ଚାରି ଜଣଙ୍କୁ ସୁରକ୍ଷା ବାହିନୀ ପଚରାଉଚରା ପାଇଁ ଗିରଫ କରିଥିଲେ। ଭାଇରାଲ ଭିଡିଓରେ ସେ ସମାନ ବ୍ୟକ୍ତି ବୋଲି ଆଶରଫ କହିଛନ୍ତି। ତାଙ୍କୁ ଏତେ ମାଡ ଦିଆଯାଇଥିଲା ଯେ ଗତ ଶନିବାର ଠାରୁ ସେ ଶୋଇପାରୁ ନାହାନ୍ତି। ସେ କହିଛନ୍ତି ମୁଁ ଆଖି ବନ୍ଦ କରିବା ମାତ୍ରେ ସେନାର ନିର୍ଯାତନା ମୋ ଆଖିରେ ଦେଖା ଯାଉଛି। ମୁଁ ଭୟରେ କମ୍ପିବାରେ ଲାଗୁଛି।

ରାଜୌରୀ ଜିଲାର ଥାନାମାଣ୍ଡି ପୋଲିସ ଷ୍ଟେଶନ ଅଞ୍ଚଳର ହାସବାଲୋଟେ ଗାଁର ବାସିନ୍ଦା ଆଶ୍ରାଫ କହିଛନ୍ତ ସେ ୨୦୦୭ରୁ ଜମ୍ମୁ-କଶ୍ମୀରରେ ଶକ୍ତି ବିକାଶ ବିଭାଗର ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ୨୩ ରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କର ତିନି ସନ୍ତାନ, ୧୮ ବର୍ଷର ଝିଅ, ୧୫ ଏବଂ ୧୦ ବର୍ଷର ପୁଅ ସହିତ ଗାଁରେ ରୁହନ୍ତି। ଆଶ୍ରାଫ କହିଛନ୍ତି ମାଡ଼ ଯୋଗୁ ଆମ ମଧ୍ୟରୁ କେହି ଉଠି ବସି ପାରୁ ନାହାନ୍ତି। ଆମକୁ ଶୌଚାଳୟକୁ ଯିବାକୁ ଏକ ହ୍ବିଲ ଚେୟାରରେ ଯିବାକୁ ପଡୁଛି । ଅପରପକ୍ଷରେ, ସେନା ପିଆରଓ କହିଛନ୍ତି ରାଜୌରୀ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଲୋକଙ୍କ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri