ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏକ ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ରାଜଧାନୀ ଭୁବନେଶ୍ୱରରୁ ନେଇ ବ୍ରହ୍ମପୁରରେ ବଳାତ୍କାର କରାଯାଇଛି। ଏନେଇ ପୀଡିତା ଜଣକ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଭୁବନେଶ୍ୱରର ଏକ କମ୍ପାନୀରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଥିବା ଦୀପୁ ଦଳାଇ ନାମକ ଜଣେ ଯୁବକ ତାଙ୍କୁ ଧରମ ଭଉଣୀ କରିଥିଲେ। ଏହାପରେ ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଟ୍ରେନ୍ରେ ବ୍ରହ୍ମପୁର ନେଇଯାଇଥିଲେ। ମହିଳାଙ୍କ ସହ ତାଙ୍କ ଦୁଇ ପିଲା ମଧ୍ୟ ଯାଇଥିଲେ। ପିଲାଙ୍କୁ ଏକ ଘରେ ରଖି ଦୀପୁ ଉକ୍ତ ମହିଳାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ସେଠାରେ ୨ଦିନ ଧରି ବଳାତ୍କାର ସହ ବିଭିନ୍ନ ନିର୍ଯାତନା ଦେଇଥିଲେ। ଏପରିକି ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ମହିଳା ଜଣକ ବିରୋଧ କରିବାରୁ ପିଲା ଦୁହିଁକୁ ମାରିଦେବାକୁ ଦୀପୁ ଧମକ ଦେଇଥିଲେ। ସେଠାରୁ କୌଶଳକ୍ରମେ ମହିଳା ଜଣକ ଖସି ଆସିବା ସହ ଦୁଇ ପିଲାଙ୍କୁ ଉଦ୍ଧାର କରି ଟ୍ରେନରେ ଭୁବନେଶ୍ୱର ପଳାଇ ଆସିଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ସ୍ବାମୀଙ୍କ ସହ ଶହୀଦନଗର ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି।