ମନ୍ତ୍ରୀ-ଅଫିସରଙ୍କ ନାଁ ନେଇ ମହିଳାଙ୍କ ସ୍ବରରେ କରୁଥିଲେ ଠକେଇ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ମନ୍ତ୍ରୀ, ଅଫିସର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେବା ସହ ମହିଳାଙ୍କ ସ୍ବରରେ ମୋବାଇଲ ଫୋନରେ କଥା ହୋଇ ଓଡ଼ିଶାର ବିଭିନ୍ନ ଜିଲାରେ ଲୋକଙ୍କୁ ବିପୁଳ ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀମାନେ। ଏନେଇ ତଦନ୍ତ କରୁଥିବା ବଲାଙ୍ଗୀର ସାଇବର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲା କିଶୋରନଗର ଥାନା ରାନିଆକଟାର ସୌମ୍ୟରଞ୍ଜନ ପ୍ରଧାନ (୩୧) ଓ କଟକ ଜିଲା ଜଗତପୁର ଥାନା ସୁଜାପୁର ଗାଁର କ୍ଷୀତିଶ ନନ୍ଦୀ (୨୮)। ସୌମ୍ୟ ଓ କ୍ଷୀତିଶ ନିଜକୁ ମନ୍ତ୍ରୀ, ଅଫିସ ଏବଂ ବ୍ୟବସାୟୀଙ୍କ ପିଏ (ବ୍ୟକ୍ତିଗତ ସହାୟକ) ବୋଲି ପରିଚୟ ଦେଇ ଲୋକଙ୍କୁ ଠକିଥିବା ପୋଲିସ କହିଛି। ସେମାନଙ୍କୁ ଅନୁଗୋଳ ଓ କଟକ ଜିଲାରୁ ଗିରଫ କରାଯାଇ ବଲାଙ୍ଗୀର ଅଣାଯାଇଛି। ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ବଲାଙ୍ଗୀର ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ଖବରଦାତା ସମ୍ମିଳନୀ କରି ସାଇବର ଠକେଇ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ ସାହୁ କହିଛନ୍ତି ଯେ, ଅଭିଯୁକ୍ତମାନେ ବିଭିନ୍ନ ସମୟରେ ମହିଳାଙ୍କ ସ୍ବରରେ କଥା ହୋଇ ଲୋକଙ୍କୁ ପ୍ରଲୋଭିତ କରୁଥିଲେ। ଏପରିକି ଇଣ୍ଟରନେଟ୍‌ ଯୋଗେ ପ୍ରତିଷ୍ଠିତ ହସ୍ପିଟାଲ ଏବଂ ସ୍କୁଲ ମାଲିକଙ୍କ ନାମ ସଂଗ୍ରହ କରି ସେମାନଙ୍କୁ ବରିଷ୍ଠ ମନ୍ତ୍ରୀ, ଅଧିକାରୀ ଓ ବ୍ୟବସାୟୀଙ୍କ ବ୍ୟକ୍ତିଗତ ସହାୟକ କହି ଲକ୍ଷାଧିକ ଟଙ୍କା ସେମାନଙ୍କଠାରୁ ନେଇ ଯାଉଥିଲେ। ଏଭଳି କାମ କଲାବେଳେ ଅନେକ ସମୟରେ ନିଜକୁ ଅନୀଲ ପଟ୍ଟନାୟକ ଭାବେ ପରିଚୟ ଦେଉଥିଲେ। ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ସେମାନଙ୍କ ଅଞ୍ଚଳ ଗସ୍ତ କରିବେ ଏବଂ ସେମାନଙ୍କ ଅନେକ କାମ ମଧ୍ୟ କରିଦେବେ ବୋଲି ମଧ୍ୟ ପ୍ରଲୋଭନ ଦେଖାଉଥିଲେ। ଏଭଳି କହି ବିଭିନ୍ନ ଲୋକଙ୍କଠାରୁ ଫୋନ୍‌ ପେ’ ଯୋଗେ ଟଙ୍କା ହଡ଼ପ କରି ନେଇଥିଲେ। ସେହପରି କେତେଜଣ ଲୋକଙ୍କ ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ସମ୍ପର୍କରେ କଥା ହୋଇ ଦେବୀ କାମାକ୍ଷା ସବୁ ଠିକ୍‌ କରିଦେବେ କହି ପୂଜା ନାଁରେ ମଧ୍ୟ ସେମାନଙ୍କୁ ଲୁଟୁଥିଲେ। ଏଭଳି ଏକ ସାଇବର ଠକେଇ ସମ୍ପର୍କରେ ଜାଣିବା ପରେ ବଲାଙ୍ଗୀର ସାଇବର ପୋଲିସ ନିଜ ତରଫରୁ ମାମଲା (ନଂ ୨୬/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରି ଅନୁଗୋଳ ଓ କଟକ ଜିଲାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଏମାନେ କାହାଠାରୁ କେତେ ଟଙ୍କା ଲୁଟିଛନ୍ତି, ସେନେଇ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ସାହୁ କହିଛନ୍ତି। ଖବରଦାତା ସମ୍ମିଳନୀରେ ବଲାଙ୍ଗୀର ସାଇବର ଥାନା ଆଇଆଇସି ଭାରତୀ ନାଏକ ଉପସ୍ଥିତ ଥିଲେ। ଅଭିଯୁକ୍ତମାନଙ୍କଠାରୁ ପୋଲିସ ୩ଟି ମୋବାଇଲ ଫୋନ୍‌, ଗୋଟିଏ ଆଧାର କାର୍ଡ ଓ ଗୋଟିଏ ପାନ କାର୍ଡ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri