ନିଜକୁ ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଉଠାଉଥିଲେ ଋଣ, ବନ୍ଧାହେଲେ ଯୁବକ

କଟକ,୨୦ା୧(କାର୍ତ୍ତିକ ସାହୁ): ନକଲି କାଗଜପତ୍ର ଦ୍ୱାରା ବ୍ୟାଙ୍କରୁ ଋଣ ଉଠାଇ ଅର୍ଥ ଆତ୍ମସାତ୍‌ କରୁଥିବା ଜଣେ ଯୁବକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବ୍ୟାଙ୍କ ଅଧିକାରୀଙ୍କ ନିକଟତର ହୋଇଥିଲେ। ଆଉ ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇବାରେ ସକ୍ଷମ ହେଉଥିଲେ। ଏହି ଅଭିଯୁକ୍ତ ଜଣକ ହେଲେ ଗୋପାଳପୁର ପାଇକସାହିର ଶ୍ରୀଧର ରାଉତ(୨୯)। ଅଭିଯୁକ୍ତଙ୍କ ନିକଟରୁ ବହୁ ସାମଗ୍ରୀ ପୋଲିସ ଜବତ କରିଛି। ତନ୍ମଧ୍ୟରେ ନକଲି ଆଧାର କାର୍ଡ, ପାନ କାର୍ଡ, ବିଭିନ୍ନ ହସ୍‌ପିଟାଲର ରବର ଷ୍ଟାମ୍ପ, ପାସ୍‌ ବୁକ୍‌, ଚେକ, ଷ୍ଟେଥୋ, ସାଲାରି ସ୍ଲିପ୍‌, ମୋଟର ସାଇକେଲ ଓ ମୋବାଇଲ୍‌ ଫୋନ୍‌ ଆଦି ଜବତ ହୋଇଛି। ଏନେଇ ସଦର ଥାନାରେ କେସ୍‌ ନଂ ୫୦/୨୦୨୪ ରୁଜୁ ହୋଇଛି।
ସୂଚନାନୁସାରେ, ୟୁକୋ ବ୍ୟାଙ୍କ ଫୁଲନଖରା ଶାଖାରୁ ଋଣ ଉଠାଇବା ନିମନ୍ତେ ଅଭିଯୁକ୍ତ ଜଣକ ଉଦ୍ୟମ କରିଥିଲେ। ସେ ନିଜକୁ ସନ୍ଦୀପ ନାମରେ ପରିଚୟ ଦେଇ ସମ୍ପୃକ୍ତ ବ୍ୟାଙ୍କ ଶାଖାକୁ ବହୁବାର ଆସିଥିଲେ। ନିଜର ଏକ ଓଜନଦାର ଭାବମୂର୍ତ୍ତି ସୃଷ୍ଟି କରିବା ପାଇଁ ନିଜକୁ ଡାକ୍ତର ଭାବେ ପରିଚୟ ଦେବା ସହ ବ୍ୟାଙ୍କରେ ସୁସମ୍ପର୍କ ସ୍ଥାପନ କରିପାରିଥିଲେ। ସେ ଏକ ବ୍ୟକ୍ତିଗତ ଋଣ ନେବା ନିମନ୍ତେ ଆବଶ୍ୟକ କାଗଜପତ୍ର ଦାଖଲ କରି ଶାଖାରେ ଆବେଦନ କରିଥିଲେ। ମାତ୍ର କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିବା ସେଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା। ବ୍ୟାଙ୍କ ଶାଖା ପରିଚାଳକ ଅବିନାଶ ସେଠୀ ଏନେଇ ଗତ ୧୯ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ପରେ ସଂପୃକ୍ତ ଯୁବକ ସନ୍ଦୀପ ନୁହେଁ ଶ୍ରୀଧର ରାଉତ ବୋଲି ପୋଲିସ ଜାଣିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...

ଆଜିଠାରୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର,୨୪।୪(ସୁଚିସ୍ମିତା ସାହୁ): ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ଏଥିରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାରଠାରୁ ଉଚ୍ଚଶିକ୍ଷା ବିଭାଗ...

ମାଙ୍କଡ ଡେଇଁଚି, ସମୟ କହିପାରିବୁନି; ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଲୋକେ ଛଟପଟ

ଭଞ୍ଜନଗର,୨୪/୪(ବାବୁଲା ପ୍ରଧାନ)-ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ ଭଞ୍ଜନଗର ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ...

Terror Attack Death: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ପୁଅଙ୍କ ମର ଶରୀର

ବାଲେଶ୍ୱର,୨୪।୭: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି...

ଢେଙ୍କାନାନ ପୋଲିସ -ଅପରାଧି ଗୁଳି ବିନିମୟ , କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗ ସଦସ୍ୟ ଆହତ

ଢ଼େଙ୍କାନାଳ,୨୪।୪(ରତନ ନାୟାର): ଢେଙ୍କାନାଳ ପୋଲିସ ଓ ଜଣେ ଦୂର୍ଦ୍ଧଷ ଅପରାଧି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜିଲାର...

Kashmir Terror Attack: ଆଉ ଜଣେ ଓଡ଼ିଆ ମୃତ

ଲାଠୋର,୨୪ା୪(ଭୁବନେଶ୍ୱର ବାରିକ): ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କଶ୍ମୀରର ପହଲଗାମ୍‌ ଜିଲାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରାମର ଦିନେଶ ଅଗ୍ରୱାଲ(୪୫) ପ୍ରାଣ...

ପହଲଗାମ ଆତଙ୍କୀ ହମଲା: ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି। ଏହି ଘଟଣାର ଗମ୍ଭୀରତାକୁ...

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image