ଜଣେ ଉଦାର, ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ

ଭୁବନେଶ୍ୱର, ୧୫।୬(ଅନୁରାଧା ମହାରଣା)  ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ଡା. ଜଗନ୍ନାଥ ମହାପାତ୍ର କେବଳ ଜଣେ ଚିକିତ୍ସକ ନ ଥିଲେ ବରଂ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ ଓ ଉଦାର ବ୍ୟକ୍ତିତ୍ୱ। ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।
ଭୁବନେଶ୍ୱରର ପୂର୍ବତନ ଅଧ୍ୟକ୍ଷ ଡା. ଜଗନ୍ନାଥ ମହାପାତ୍ରଙ୍କ ଆଜି ଶେଷ ଦର୍ଶନ କରିଲି। ମୁଁ ଯେତେବେଳେ ଭୁବନେଶ୍ୱର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷା ଥିଲି ଜଗା ଭାଇ ମୋତେ ବିଭିନ୍ନ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେଇଥିଲେ। ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଉନ୍ନତୀକରଣ କ୍ଷେତ୍ରରେ ଆମେ ଏକାଠି ଅନେକ କାର୍ଯ୍ୟ କରିଥିଲୁ।
                                                                                                       -ହରପ୍ରିୟା ପାତ୍ର, ପୂର୍ବତନ ଉପାଧ୍ୟକ୍ଷା, ଭୁବନେଶ୍ୱର ମ୍ୟୁନିସିପାଲିଟି
ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ଡା. ଜଗନ୍ନାଥ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ। ଭୁବନେଶ୍ୱରର ବିକାଶ ଓ ଲୋକ କଲ୍ୟାଣ ଦିଗରେ ସେ କରିଥିବା କାର୍ଯ୍ୟ ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
                                                                                                                                         – ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମହାନଗର ନିଗମର ପ୍ରଥମ ଅଣ ନିର୍ବାଚିତ ମେୟର, ଭୁବନେଶ୍ୱର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରିୟ ପରିଚିତ ଡାକ୍ତର ଭାବେ ପ୍ରସିଦ୍ଧି ହାସଲ କରିଥିବା ସ୍ବର୍ଗତ ମହାପାତ୍ରଙ୍କ ସହିତ ଆମ ପରିବାରର ଥିଲା ନିବିଡ଼ ଆତ୍ମୀୟତାର ସମ୍ବନ୍ଧ। ସେ କେବଳ ଜଣେ ଯଶସ୍ବୀ ଚିକିତ୍ସକ  ବା ରାଜନୀତିରେ ବାସ୍ତୁନିଷ୍ଠ ଆଗ୍ରହ ରଖିଥିବା ବ୍ୟକ୍ତି ନ ଥିଲେ, ସେ ଥିଲେ ସାମାଜିକ ଆନନ୍ଦ ଉଲ୍ଲାସ ଓ ଉତ୍ସବର ଉତ୍ସାହୀ ଅଧିନାୟକ। ଶହୀଦନଗର ଦୁର୍ଗାପୂଜାକୁ ଏକ ଆଧ୍ୟାତ୍ମିକ ଅନୁଷ୍ଠାନରେ ପରିଣତ କରିବା ଦିଗରେ ତାଙ୍କର ଆନ୍ତରିକ ଅବଦାନ ତାଙ୍କୁ ସବୁଦିନ ସ୍ମରଣୀୟ କରି ରଖିବ। ଦିବଂଗତ ଆତ୍ମାକୁ ପ୍ରଣାମ କରୁଛି।
                                                                                                                                      – ଅତନୁ ସବ୍ୟସାଚୀ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ
ଡା. ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ଆମେ ଆମ ମୁଖ୍ୟ ପରାମର୍ଶଦାତାଙ୍କୁ ହରାଇଛୁ।  ସେ ସବୁବେଳେ ଆମ ସ୍ମୃତିରେ ଜୀବିତ ରହିବେ। ତାଙ୍କର ଅମର ଆତ୍ମାର ସଦ୍‌ଗତି ହେଉ। ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
                                                                                                                               – ରୁଦ୍ରନାରାୟଣ ସାମନ୍ତରାୟ, ପ୍ରତିଷ୍ଠାତା ଜୟ ଓଡ଼ିଶା
ଜଗନ୍ନାଥ ମହାପାତ୍ର ଜଣେ ଭଲ ମଣିଷ ଥିଲେ। ଭୁବନେଶ୍ୱର ଶହୀଦନଗର ଦୁର୍ଗାପୂଜା ସେ ଆରମ୍ଭ କରିଥିଲେ। ଏମିତିକି ଶହୀଦନଗରରେ ପ୍ରଥମ ରାବଣପୋଡ଼ି ତାଙ୍କ ଉଦ୍ୟମରେ ହୋଇଥିଲା। ଜଣେ ଉଦାର ଚିକିତ୍ସକ ଭାବେ ମଧ୍ୟ ସେ ବେଶ୍‌ ପରିଚିତ ଥିଲେ। ଗରିବ ଲୋକଙ୍କ ପାଖରୁ ଫିସ୍‌ ନେଉ ନ ଥିଲେ। ତାଙ୍କ ଦୁଆର ସମସ୍ତଙ୍କ ପାଇଁ ସବୁବେଳେ ଖୋଲା ରହୁଥିଲା। ଶହୀଦନଗରକୁ ଏକ ସାଂସ୍କୃତିକ କେନ୍ଦ୍ର କରିବାରେ ତାଙ୍କ ପ୍ରଚେଷ୍ଟା ବେଶି ଥିଲା। ତାଙ୍କ ସହ ମୋର ୪୦ବର୍ଷର ସମ୍ପର୍କ। ଭୁବନେଶ୍ୱରରେ ବାଲିଯାତ୍ରା କରିବା ପାଇଁ ଯେବେ ତାଙ୍କ ପାଖକୁ ଯାଇଥିଲୁ ସେ ବହୁତ ପ୍ରୋତ୍ସାହିତ କରିଥିଲେ। ସମଗ୍ର ଭୁବନେଶ୍ୱରରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରି ଏକ ଭାଇଚାରାରେ ବାନ୍ଧି ରଖିଥିଲେ। ଜଗା ଭାଇନା ନାମରେ ସେ ପୂରା ଭୁବନେଶ୍ୱରରେ ପରିଚତ ଥିଲେ।
                                                                                                              – ଲକ୍ଷ୍ମୀଧର ବେହେରା, ସଂସ୍କୃତି ବିଭାଗର ପୂର୍ବତନ ଅନୁଶାସନ ସଚିବ

Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସରକାରଙ୍କ ଜଣେ ପ୍ରତିନିଧି ଭାବେ…

ଭୁବନେଶ୍ୱର,୧୯ା୧୦: ଶନିବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା...

ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ: ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୯।୧୦: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଇଣ୍ଡିଆ କେମ୍‌ ୨୦୨୪। ଏଥିରେ...

ଓଏଏସ୍‌ ରେଜଲ୍ଟ ପ୍ରକାଶ: ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର, ଟପ୍‌ ଟେନ୍‌ରେ ଅଛନ୍ତି…

ଭୁବନେଶ୍ୱର,୧୯ା୧୦: ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ।  ଏହାର ତାଲିକା ଓଡ଼ିଶା ଲୋକସେବା ଆୟୋଗର ଓ୍ବେବ୍‌ସାଇଟ୍‌ www.opsc.gov.inରେ ଉପଲବ୍ଧ। ଏଥିରେ ମୋଟ୍‌ ୬୮୩ ଜଣ...

ଆତଙ୍କ ଖେଳାଇଥିବା କୁମ୍ଭୀରକୁ ମାଡ଼ିବସିଲା ମତ୍ସ୍ୟଜୀବୀ

ପୁରୀ,୧୯।୧୦: ପୁରୀ ଜିଲାରେ ଆତଙ୍କ ଖେଳାଇଥିବା କୁମ୍ଭୀର ଶନିବାର ଧରାପଡ଼ିଛି। କୁମ୍ଭୀରଟି ମତ୍ସଜୀବୀଙ୍କ ଜାଲରେ ପଡ଼ିଛି। ମତ୍ସ୍ୟଜୀବୀମାନେ କୁମ୍ଭୀରକୁ କାବୁ କରି ବନ ବିଭାଗକୁ ଖବର...

ଭୁବନେଶ୍ବର- କଟକରେ ୩ ଘଣ୍ଟା ପ୍ରବଳ ଛେଚିବ

ଭୁବନେଶ୍ୱର,୧୯।୧୦: ଭୁବନେଶ୍ବର ଓ କଟକରେ ୩ ଘଣ୍ଟା ଯାଏ ବର୍ଷିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଟୁଇନ୍‌ସିଟିକୁ ହାଇ...

ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ…

ଭୁବନେଶ୍ୱର,୧୯ା୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା...

ରାଜଧାନୀରେ ଚାଞ୍ଚଲ୍ୟ, ସେଲୁନ୍‌ ନାଁରେ ଚାଲିଥିଲା ସେକ୍ସ ରାକେଟ୍‌

ଭୁବନେଶ୍ୱର,୧୯।୧୦: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାରନାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିଲା ସେକ୍ସ ରାକେଟର...

ଆସିଲା ଆଲର୍ଟ, ସୃଷ୍ଟି ହେଲା ବଡ଼ ଘୂର୍ଣ୍ଣିବଳୟ, ଏହି ଜିଲାରେ…

ଭୁବନେଶ୍ୱର,୧୯।୧୦: ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri