୩ ବର୍ଷ ପରେ ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୧୮।୬ ୨୦୧୯ ମାର୍ଚ୍ଚ ୨୩ତାରିଖରେ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ବାଲେଶ୍ୱର ରେଳବାଇ ପୋଲିସ ଶୁକ୍ରବାର ୩ ବର୍ଷ ପରେ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ କଟକ ରେଲୱେ କ୍ରାଇମ୍‌ ଡିଏସ୍‌ପି ଯଦୁନାଥ ଜେନା ଏନେଇ ସୂଚନା ଦେଇଛନ୍ତି।
ଥାନା ଅଧୀନ ସାର୍ଥା ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ଝିଅ ସଙ୍ଗୀତା ଟାଉନ ଥାନା ଜେଲରୋଡ ଅଞ୍ଚଳର ତପନ କୁମାର ଦେଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି। ପାରିବାରିକ ଅଶାନ୍ତି ପାଇଁ ସଙ୍ଗୀତା ଝିଅକୁ ନେଇ ବାପ ଘରେ ରହୁଥିଲେ। ୨୦୧୮ରେ ବସ୍ତା ଥାନା ସାନଗୋବରା ଅଞ୍ଚଳର ଗୌରାଙ୍ଗ ମଣ୍ଡଳଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ସହମତିରେ ସହରସ୍ଥିତ ଚାନ୍ଦମାରି ପଡ଼ିଆରେ ଭଡ଼ା ଘରେ ରହିଆସୁଥିଲେ। ଗୌରାଙ୍ଗ ଚିଙ୍ଗୁଡ଼ି ଚାଷ ବାହାନାରେ ସଙ୍ଗୀତାଙ୍କଠାରୁ ବିଭିନ୍ନ ସମୟରେ ଲକ୍ଷେରୁ ଉର୍ଦ୍ଧ୍ୱ ଟଙ୍କା ନେଇଥିଲେ। ଚିଙ୍ଗୁଡ଼ି ଚାଷରେ ବିଫଳ ହୋଇ ଗୌରାଙ୍ଗ ଟଙ୍କା ଫେରାଇ ନ ପାରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ୨୦୧୯ ଫେବୃୟାରୀରେ ଗୌରାଙ୍ଗ ସମ୍ବଲପୁର କାମ କରିବା ପାଇଁ ପଳାଇ ଯାଇଥିଲେ। ୨୦୧୯ ମାର୍ଚ୍ଚ ୨୨ରେ ଗୌରାଙ୍ଗ ସାନଗୋବରା ଗାଁକୁ ଫେରିଥିଲେ। ସଙ୍ଗୀତା ୪ମାସର ଗର୍ଭବତୀ ଥିବା ଫୋନ୍‌ ଯୋଗେ ଗୌରାଙ୍ଗଙ୍କୁ ଜଣାଇ ସାନଗୋବରା ଗାଁକୁ ଯାଇଥିଲେ। ସେଠାରେ ଗୌରାଙ୍ଗଙ୍କ ଦେଖା ନ ପାଇ ରାତି ୧୧ଟା ପର୍ଯ୍ୟନ୍ତ ଗାଁ ମୁଣ୍ଡରେ ଅପେକ୍ଷା କରିଥିଲେ। ଦୀର୍ଘ ସମୟ ପରେ ଗୌରାଙ୍ଗ ସଙ୍ଗୀତାଙ୍କୁ ଫୋନ୍‌ କରି କେଉଁଠି ଅଛୁ ବୋଲି ପଚାରି ସେଠାରେ ପହଞ୍ଚିଥିଲେ। । ଏହି ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଗୌରାଙ୍ଗଙ୍କ ମାଡ଼ରେ ସଙ୍ଗୀତା ଅଚେତ୍‌ ହୋଇ ପଡ଼ିଯିବା ପରେ ତାର ତଣ୍ଟିଚିପି ହତ୍ୟା କରିଥିଲେ। ନିକଟରେ ଥିବା ରାସ୍ତାକଡ଼ ବୁଦାରେ ସଙ୍ଗୀତାର ମୃତଦେହକୁ ଲୁଚାଇ ଘରକୁ ଯାଇ ଏକ ଅଖା ଆଣିଥିଲେ। ଅଖା ଭିତରେ ସଙ୍ଗୀତାଙ୍କ ମୃତଦେହକୁ ପୂରାଇ ନିଜ ବାଇକ୍‌ରେ ଲଦି କରି ନିଧିପଣ୍ଡା ସ୍ଥିତ ରେଲୱେ ପୋଲ ତଳକୁ ଫୋପାଡ଼ି ଦେଇଥିଲା। ମୃତଦେହ ପଚିଶଢ଼ି ଦୁର୍ଗନ୍ଧ ହେବା ପରେ ଯା’ଆସ ଲୋକଙ୍କଠାରୁ ଖବରପାଇ ରେଳବାଇ ପୋଲିସ ୨୦୧୯ ମାର୍ଚ୍ଚ ୨୯ରେ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୨୩/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୃତଦେହ ନିକଟରୁ ମିଳିଥିବା ଭ୍ୟାନିଟି ବ୍ୟାଗ୍‌ରୁ ଆଧାରକାର୍ଡ଼, ଲୁଗାପଟା, କିଛିଟଙ୍କା ପାଇବା ପରେ ମୃତକଙ୍କ ପରିଚୟ ମିଳିଥିଲା। ଏସ୍‌ପି ରେଲୱେ, କଟକ ସୁନୀଲ କୁମାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ମାମଲାକୁ ରେଲୱେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ହତ୍ୟା ପରେ ଗୌରାଙ୍ଗ ପ୍ରାୟ ୨ବର୍ଷ ଗୁଜୁରାଟରେ କାମ କରିବା ପରେ ଗାଁକୁ ଫେରି ବ୍ୟବସାୟ କରୁଥିବା ବେଳେ ହତ୍ୟା ପୂର୍ବରୁ ବ୍ୟବହାର କରାଯାଇଥିବା ମୋବାଇଲ ସିମ୍‌ କାର୍ଡ଼କୁ ଟ୍ରାକ୍‌ କରି ଗୌରାଙ୍ଗ ନିକଟରେ ପହଞ୍ଚିବାରେ ପୋଲିସ ସଫଳ ହୋଇଥିଲା। ଉକ୍ତ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇ ନୂତନ ମାମଲା (ନଂ. ୨/୨୨) ଗୌରାଙ୍ଗଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri