Advertisement

ମଦ ବିକିବା ବେଳେ ଧରାପଡ଼ିଲେ

ଗୋପାଳପୁର,୪ା୮(ନବୀନରାଜ ଆଚାରୀ): ଚୋରା ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ତତଡାପୁଲୀ ଗ୍ରାମର ଏମ. କାମେୟା (୪୫)।

ତତଡାପୁଲୀ ଗ୍ରାମରେ କାମେୟା ଗତ କିଛି ଦିନ ହେଲା ଚୋରାରେ ଦେଶୀ ମଦ ବିକ୍ରି କରୁଥିଲେ। ଗୋଳନ୍ଥରା ଥାନା ପୋଲିସ ଚଢ଼ାଉ କରି କାମେୟାଙ୍କୁ କାବୁ କରିବା ସହ ତାଙ୍କଠାରୁ ୬୦ ଲିଟର ଦେଶୀ ମଦ ଜବତ କରିଥିଲା। ଏ ନେଇ ପାଲନଂ. ୩୭୮/୨୩ ରେ ଅବକାରୀ ମାମଲା ରୁଜୁ କରି ଶୁକ୍ରବାର କାମେୟାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share