ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା

ତିହିଡ଼ି,୬ା୧୦(ସଞ୍ଜିତ ବଳ)- ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ ଘର ତିହିଡ଼ି ଥାନା ନୂଆନନ୍ଦ ପଞ୍ଚାୟତ ଅଧୀନ ହାଟୁଆରୀ ଗ୍ରାମରେ। ତାଙ୍କ ନାଁରେ ତିହିଡ଼ି ସମେତ ବିଭିନ୍ନ ଥାନାରେ ୩୦ରୁ ଊଦ୍ଧର୍‌ବ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ତେବେ ତିହିଡ଼ି ଥାନାରେ ଭଗବାନଙ୍କ ନାଁରେ ଥିବା ୪ଟି ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର ନାୟକ ସୂଚନା ଦେଇଛନ୍ତି। ମାମଲା (ନଂ ୪୭୫/୨୩, ୧୬୮୦/୨୩, ୧୦୭୦/୨୩ ଓ ୨୦୯୧/୧୪)ରେ ତାଙ୍କ ନାଁରେ ୱାରେଣ୍ଟ ଥିବା ବେଳେ କେବଳ ତିହିଡ଼ି ଥାନାରେ ବାୟାଙ୍କ ନାଁରେ ୨୫ଟି ମାମଲା ରହିଛି।

ବାୟା ତାଙ୍କ ଅଞ୍ଚଳ ଦେଇ ଯାଇଥିବା ରେଳପଥରୁ ନିୟମିତ କୋଇଲା ଚୋରି କରିବାକୁ ଏକ ଦଳ ଗଠନ କରିଥିଲେ ଏବଂ ନିଜେ ସେହି ଦଳର ମୁଖିଆ ସାଜିଥିଲେ। ଟ୍ରେନରୁ କୋଇଲା ଚୋରି କରିବା ପରେ ଏହାକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ। ବିଗତ କିଛି ବର୍ଷ ହେଲା ସେ ଏହି କାରବାର ସହ ସମ୍ପୃକ୍ତ ଥିବା ପୋଲିସ କହିଛି। ଏହା ବ୍ୟତୀତ ବିଭିନ୍ନ ଲୋକଙ୍କୁ ଧମକ ଦେବା ସହ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବଟି ଆଦାୟ କରିବା କାର୍ଯ୍ୟରେ ସେ ସମ୍ପୃକ୍ତ ଥିଲେ।

ତିହିଡ଼ି ସମେତ ଭଦ୍ରକ ଗ୍ରାମାଞ୍ଚଳ ଥାନା, ବାସୁଦେବପୁର, ସାବରଙ୍ଗ ଓ ଭଣ୍ଡାରିପୋଖରୀ ଥାନାରେ ତାଙ୍କ ନାଁରେ ଏକାଧିକ ଆପରାଧିକ ମାମଲା ରହିଛି। ନୂତନ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କୋଇଲା ମାଫିଆମାନଙ୍କୁ ଗିରଫ କରିବାକୁ ଗତ କିଛିଦିନ ହେଲା ଜାଲ ବିଛାଇ ବାୟାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ନିୟମିତ କୋଇଲା ଚୋରି କରି ଚାଲାଣ କରୁଥିବା ଅନ୍ୟ ଅଭିଯୁକ୍ତଙ୍କ ଉପରେ ପୋଲିସ ନଜର ରଖିଛି ଏବଂ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବିଜେଡିକୁ ଝଟ୍‌କା: ଦଳ ଛାଡ଼ିଲେ ରାଜ୍ୟ ସମ୍ପାଦକ ନିର୍ମଳ ସାହୁ

ପୁରୁଷୋତ୍ତମପୁର,୬।୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ପୁଣି ବିଜେଡିକୁ ଏକ ବଡ଼ ଝଟ୍‌କା ଲାଗିଛି। ପୁରୁଷୋତ୍ତମପୁର ଅଞ୍ଚଳର ଯୁବନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ତଥା ଆସିକା...

ଭୁବନେଶ୍ୱରରେ ବର୍ଷାପବନ: ଭାଙ୍ଗିଲା ୩୦ ଫୁଟ ଉଚ୍ଚର ତୋରଣ

ଭୁବନେଶ୍ୱର,୬।୧୦: ଆଗକୁ ଦୁର୍ଗାପୂଜା। ଏନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର...

ରାଉରକେଲାରୁ ୨୦ଲକ୍ଷ ଟଙ୍କାରେ ବାଣ ଜବତ

ରାଉରକେଲା,୬।୧୦: ଆଗକୁ ଆଲୋକର ପର୍ବ ଦୀପାବଳି। ଏନେଇ ବେଆଇନ ବାଣ ଗୋଦାମଗୁଡିକ ଖେଳିବା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟ ସାଇଟ ଥାନା...

PGT ନିଯୁକ୍ତି ଲିଖିତ ପରୀକ୍ଷା ବାତିଲ୍‌: ଜାଣନ୍ତୁ ପୁଣି କେବେ ହେବ

କଟକ,୬।୧୦: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପିଜିଟି ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରାଯାଇଛି। ରବିବାର ଏହି ପରୀକ୍ଷାଗୁଡିକ ହେବାକୁ...

ପୁଣି ପ୍ରଶ୍ନପତ୍ର ଲିକ୍‌ : OSSC ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍‌…

ଭୁବନେଶ୍ୱର,୬।୧୦: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରୁ। ଏଭଳି ଏକ...

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ...

ସୁଭଦ୍ରା ଟଙ୍କା ୯ରେ ଆସିବ କି ନାହିଁ? ସହଜରେ ଏମିତି କରନ୍ତୁ ଚେକ୍‌…

ଭୁବନେଶ୍ୱର,୬।୧୦: ଆଉ ମାତ୍ର ୩ ଦିନ ବାକି । ହିତାଧିକାରୀଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିରେ ରାଜ୍ୟର...

ପାର୍ବଣରେ ୧୦୦ ଟପିଲାଟମାଟୋ ଦର

ଭୁବନେଶ୍ୱର,୬।୧୦: ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri