୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ବୈପାରିଗୁଡ଼ା/ପଟ୍ଟାଙ୍ଗୀ, ୨୮ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟରେ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଜଣେ ବରିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ସତ୍ୟ ନାରାୟଣ ଦଳେଇ। ଜମିବାଡ଼ି କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସେ ୫ ହଜାର ଟଙ୍କା ଦାବି କରିଥିଲେ। ସେ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ସତ୍ୟ ନାରାୟଣ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଡଢାଉ କରି ତାଙ୍କୁ ଧରିଥିଲେ। ଭିଜିଲାନ୍ସ ପକ୍ଷରୁ ଏକକାଳୀନ କୋରାପୁଟ ଅମିନଲାଇନସ୍ଥିତ ତାଙ୍କ ବାସସ୍ଥାନ ଓ ପୈତୃକ ବାସସ୍ଥାନ ପଟ୍ଟାଙ୍ଗୀ ଗୋପବନ୍ଧୁ ପଲ୍ଲିସାହିଠାରେ ଚଢାଉ କରାଯାଇଛି। ପଟ୍ଟାଙ୍ଗୀରେ ଡିଏସ୍‌ପି ରୂପଧର ନାୟକଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌ ଚଢାଉ କରିଥିବା ଜଣାପଡିଛି। ଏଠାରୁ ୫ହଜାର ୯ଶହ ଟଙ୍କା, ଗୋଟିଏ ସୁନାହାର ଓ ଗୋଟିଏ ସୁନାମୁଦି ଜବତ ହୋଇଛି। କେସ୍‌ ନଂ. ୩୦/୨୨ରେ ଏକ ମାମଲା ରୁଜୁ ହୋଇଛି। ବୈପାରିଗୁଡା ଚଢାଉ ସମ୍ପର୍କରେ ବିସ୍ତୃତ ତଥ୍ୟ ଭିଜିଲାନ୍ସ ପକ୍ଷରୁ ମିଳିନାହିଁ ା ଏଠାରେ ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ବରେ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ୭ ଜଣିଆ ଟିମ୍‌ ଚଢାଉରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ୪ ମାସ ତଳେ ସତ୍ୟ ନାରାୟଣ ବୈପାରିଗୁଡା ତହସିଲରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

୨୦ ରୁ ୧୨୮୯ରେ ପହଞ୍ଚିଲାଣି: କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ୧୯୬୩ ମସିହାରେ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…

ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri