ନାବାଳିକା ବଳାତ୍କାର ମାମଲାରେ ଥିଲେ ଜେଲ୍‌ରେ , କୋର୍ଟରେ ହାଜର ହେବା ପାଇଁ ଆସିଲାବେଳେ ମାରିଲେ ଛୁ କୋର୍ଟ ଆଗରୁ ବିଚାରାଧୀନ ବନ୍ଦୀ ଫେରାର

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ଗେଟ୍‌ ଆଗରୁ ବୁଧବାର ଜଣେ ବିଚାରାଧୀନ ବନ୍ଦୀ ଫୋରାର୍‌ ହୋଇ ଯାଇଛନ୍ତି। ଫେରାର ଅଭିଯୁକ୍ତ ହେଲେ, ବରଗଡ଼ ସଦର ଥାନା ଅର୍ନ୍ତଗତ ସୟା ଗ୍ରାମର ବାବାଜୀ ଛୁରିଆ (୨୩) । ସେ ନାବାଳିକା ବଳାତ୍କାର ମାମଲାରେ ଗିରଫ ହୋଇ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସ ୯ତାରିଖରୁ ବରଗଡ଼ ସବେଜେଲରେ ଥିଲେ। ବୁଧବାର ମଧ୍ୟାହ୍ନ ସମୟରେ କୋର୍ଟରେ ହାଜର କରିବାକୁ ପୋଲିସ ଆଣୁଥିବାବେଳେ କୌଶଳକ୍ରମେ ସେ ଫେରାର ହୋଇଯାଇଛନ୍ତି। ପୋଲିସ ତାଙ୍କୁ ଧରିବା ପାଇଁ ତନାଘନା ଚଲାଇଛି। ତେବେ ପୋଲିସ ନିଜ ହେପାଜତରେ ଜଣେ ବିଚାରାଧିନ ବନ୍ଦୀଙ୍କୁ କୋର୍ଟକୁ ଆସୁଥିବାବେଳେ ଦିନ ଦ୍ବିପହରରେ ସେ ଫେରାର ହୋଇଯିବା ପୋଲିସର ପାରିବା ପଣିଆକୁ ପଦାରେ ପକାଇ ଦେଇଛି ।