Advertisement

ହାତୀ ପାଇଁ ପ୍ରସ୍ତୁତ କରୁଥିଲେ ନିଆଁହୁଳା : ସେଇ ନିଆଁରେ ନିଜେ ଜଳିଗଲେ

ପାଟଣା,୫।୧(ବୀର କିଶୋର ଦାଶ): ହାତୀ ପାଇଁ ନିଆଁହୁଳା ପ୍ରସ୍ତୁତ କରୁଥିଲେ ମହିଳା, ସେଇ ନିଆଁରେ ନିଜେ ପୋଡ଼ିହୋଇ ଜୀବନ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଲୁଦିପଶି ଗ୍ରାମ ଝାତିପଡ଼ା ସାହିରେ।  ଜଣେ ୩୬ବର୍ଷୀୟା ବିବାହିତା ମହିଳା ଶନିବାର ରାତିରେ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସଙ୍ଖାଳି ବାରିକଙ୍କ ସ୍ତ୍ରୀ ଝୁଲି ବାରିକ।
ସୂଚନାନୁଯାୟୀ,ଶନିବାର ବିଳମ୍ବିତ ରାତ୍ରିରେ ଦନ୍ତାହାତୀ ଗାଁ ପାଖରେ ଘୁରି ବୁଲୁଥିଲା। ଝୁଲି  ପଡୋଶୀ ମଙ୍ଗଳୁ ମିଶି  ହାତୀ ପାଇଁ ନିଆଁହୁଳା ପ୍ରସ୍ତୁତ କରୁଥିବା ବେଳେ  ଅଘଟଣ ଘଟିଥିଲା। ମୋବିଲ  ହୂଳାରେ ଢାଳୁଢାଳୁ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଝୁଲିଙ୍କ ଦେହରୁ ନିଆଁ ଲିଭାଇ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। କେନ୍ଦୁଝରରୁ କଟକ ନେବା ବାଟରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share