୩ ଦିନ ହେଲା ନିଖୋଜ ଥିଲେ, ଆଜି ନଦୀରେ ଭାସିଲା ମୃତଦେହ

ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ହାୟାରପୁର ଗ୍ରାମସ୍ଥିତ କାରୋନଦୀରେ ବୁଧବାର ସକାଳେ ଭାସୁଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ଦୁଲୁ ମୁଣ୍ଡା(୪୦)। ଗତ ୪ ଦିନ ଧରି ନଦୀରେ ବୁଡ଼ି ନିଖୋଜ ଥିଲେ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ହାୟାରପୁର ଗ୍ରାମରେ ରହୁଥିବା ଦୁଲୁ ତାଙ୍କର କିଛି ସାଙ୍ଗମାନଙ୍କ ସହ ଗତ ରବିବାର ମାଛ ଧରିବାକୁ ନିକଟସ୍ଥ କାରୋ ନଦୀକୁ ଯାଇଥିଲେ। ତେବେ କୌଣସି କାରଣରୁ ଦୁଲୁ ବୁଡ଼ିଯାଇଥିଲା ବେଳେ ସ୍ଥାନୀୟ ଗ୍ରାମବାସୀ ଓ ଦମକଳ ବାହିନୀ ନଦୀରେ ବୁଡ଼ି ଖୋଜିଥିଲେ ହେଁ ସନ୍ଧାନ ପାଇପାରି ନ ଥିଲେ। ବୁଧବାର ପୂର୍ବାହ୍ନରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି।