ବୁଧବାରଠାରୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ବଡ଼ବିଲ,୧୭ା୬(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ପୋଲିସ ଶନିବାର ବରପଦା ଗ୍ରାମସ୍ଥିତ ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଭୂୟାଁ ବରପଦା ଅଞ୍ଚଳର ଅନାମ ନାଏକ(୬୦)। ଗତ ବୁଧବାରଠାରୁ ଅନାମ ନିଖୋଜ ରହିଥିଲା ବେଳେ ଆଜି ଗ୍ରାମ ନିକଟସ୍ଥ ପୋଖରୀରେ ତାଙ୍କର କ୍ଷତବିକ୍ଷତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ରୁଗୁଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀଙ୍କ ସହାୟତାରେ ପୋଲିସ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।