Categories: ଜାତୀୟ

ପୁରସ୍କାର ପାଇଁ ନ୍ୟୁୟର୍କ ଯିବାକୁ ଦିଆଯାଇ ନ ଥିଲା

ନୂଆଦିଲ୍ଲୀ,୧୯ା୧୦: ପୁଲିଜର ପୁରସ୍କାର ବିଜେତା କଶ୍ମୀରୀ ଫଟୋଗ୍ରାଫର ସାନ୍ନା ଇର୍ସାଦ ମାଟ୍ଟୁଙ୍କୁ ଚଳିତ ବର୍ଷ ଦିଲ୍ଲୀ ବିମାନବନ୍ଦରରୁ ଦୁଇଥର ବିଦେଶ ଯିବାକୁ ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କର ବୈଧ ଆମେରିକା ଭିଜା ଏବଂ ଟିକେଟ ଥିବା ସତ୍ତ୍ୱେ ପୁଲିଜର ପୁରସ୍କାର ଗ୍ରହଣ କରିବା ଲାଗି ନ୍ୟୁୟର୍କ ଯିବାକୁ ଇମିଗ୍ରେଶନ କର୍ତ୍ତୃପକ୍ଷ ଛାଡ଼ି ନ ଥିଲେ। ସେହିପରି ବିନା କାରଣରେ ତାଙ୍କୁ ଦ୍ୱିତୀୟ ଥର ଲାଗି ଦିଲ୍ଲୀ ବିମାନବନ୍ଦରରେ ଅଟକାଯାଇଥିଲା। ସେ ଇତିମଧ୍ୟରେ ଇମିଗ୍ରେଶନ ବିଭାଗର ଅଧିକାରୀମାନଙ୍କୁ ଭେଟିଥିଲେ ମଧ୍ୟ କୌଣସି ଜବାବ ମିଳିନାହିଁ। ପୁରସ୍କାର ଉତ୍ସବରେ ଯୋଗଦେବା ତାଙ୍କ ପାଇଁ ଜୀବନକାଳରେ ଏକମାତ୍ର ସୁଯୋଗ ଥିଲା। ସେହିପରି ଗତ ଜୁଲାଇରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବ ଓ ଫଟୋ ପ୍ରଦର୍ଶନୀରେ ଯୋଗଦେବା ଲାଗି ପ୍ୟାରିସ ଯିବା ନିମନ୍ତେ ସେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚତ୍ଥିଲେ ହେଁ ତାଙ୍କୁ ଯିବାକୁ ଦିଆଯାଇ ନ ଥିଲା। ତାଙ୍କୁ ନୋ-ଫ୍ଲାଏ ତାଲିକାରେ ରଖାଯାଇଥିବା ଜମ୍ମୁ-କଶ୍ମୀର ପୋଲିସର ଜଣେ ଅଧିକାରୀ କହିଛନ୍ତି।

Share