ବଳାତ୍କାର କରି ବ୍ଲାକମେଲିଂ କରୁଥିଲେ

କୁଚିଣ୍ଡା,୨୮ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୨୦ ଲକ୍‌ଡାଉନ ସମୟରେ ଟ୍ୟୁଶନରୁ ଫେରିବା ବାଟରେ କିରାଶାସନ ଗ୍ରାମର ବାଦଲ ମିଞ୍ଜ ଓ ନାରେନ ମାଝି ଟେକିନେଇ ବଳାତ୍କାର କରି ଏହାର ଭିଡିଓ ଉତ୍ତୋଳନ କରିଥିଲେ। ସେହିଦିନରୁ ଅଭିଯୁକ୍ତଦ୍ୱୟ ନାବାଳିକାଙ୍କୁ ବ୍ଲାକ ମେଲିଂ କରି ମାନସିକ ନିର୍ଯାତନା ଦେଇଆସୁଥିଲେ। ଏହା ଜାଣିବା ପରେ ପୀଡ଼ିତାଙ୍କ ପରିବାର ଲୋକେ କୁଚିଣ୍ଡା ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ପୂର୍ବରୁ ବାଦଲ ମିଞ୍ଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟତମ ଅଭିଯୁକ୍ତ ନାରେନ(୨୧)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶୋଭାକର ସେଠ କହିଛନ୍ତି।

Share