
ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଏୟାରଟେଲ୍ ଟାଓ୍ବାରରୁ ଶନିବାର ବିଳମ୍ବିତ ରାତିରେ କେବୁଲ ତାର ଚୋରି କରିବାକୁ ଆସି ବିଦ୍ୟୁତ୍ ସଂସ୍ପର୍ଶରେ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ ପରିଚୟ ମିଳି ପାରି ନ ଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତାଙ୍କର ଦୁଇ ହାତ ପୋଡ଼ିଯାଇଛି।
ଲୋକଙ୍କ ସୂଚାନୁଯାୟୀ, ବିଳମ୍ବିତ ରାତିରେ ୩ରୁ ୪ ଜଣ ଦୁର୍ବୃତ୍ତ ଏୟାରଟେଲ ଟାଓ୍ବାରରୁ କେବୁଲ ତାର ଚୋରି କରୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଥିଲେ। ଏହା ଦେଖି ଅନ୍ୟ ଚୋରମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯୁବକ ଜଣକ ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସିବାରୁ ଗ୍ରୀନ୍ ଲାଇଟ୍ ଆଲୋକରେ ଏରିୟା ଆଲୋକିତ ହେବାରୁ ଏୟାରଟେଲ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।