![](https://www.dharitri.com/wp-content/uploads/2024/07/05f548e5-1b58-4370-b972-e44a3fee95a0.jpg)
ବାଲେଶ୍ୱର,୩ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ପୋଲିସ ଦ୍ବାରା ନିଜକୁ ରିସର୍ଚ୍ଚ ଆନାଲିସିସ୍ ଓ୍ବାଇନ୍ (RAW) ଏଜେଣ୍ଟର ଷ୍ଟେଟ୍ ହେଡ୍ କହୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବ୍ୟକ୍ତି ଜଣକ ରେମୁଣା ଅଞ୍ଚଳର ସତ୍ୟ ନାରାୟଣ ନାୟକ ବୋଲି ପରିଚୟ ମିଳିଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ସଂଘଠନ ମାଧ୍ୟମରେ ନିଜକୁ ଆର୍ଏଡବ୍ଲୁୃ୍ୟ ଏଜେଣ୍ଟର ପରିଚୟ ଦେଇ ନକଲି ଚଢ଼ାଉ କରି ଟଙ୍କା ଠକୁଥିବାର ଅଭିଯୋଗ ହୋଇଥିଲା। ମଙ୍ଗଳବାର ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳରେ ଗୋଟିଏ ମଦ ଦୋକାନରେ ଚଢ଼ାଉ କରିଥିବା ବେଳେ ସମ୍ବଲପୁର ପୋଲଇସ ରାଡାରକୁ ଆସିଥିଲେ। ସମ୍ବଲପୁର ପୋଲିସର ସୂଚନାକ୍ରମେ ରେମୁଣା ପୋଲିସ ମାଷ୍ଟରମାଇଣ୍ଡଙ୍କୁ ଅଟକ ରଖିଛନ୍ତି।