କେନ୍ଦୁଝର,୭।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ କରଦାଙ୍ଗୀ ଜଙ୍ଗଲରେ ମଙ୍ଗଳବାର ୬ ଜଣ ବ୍ୟକ୍ତି କାରରେ ପ୍ରେସ ଲେଖି ସନ୍ଦେହ ଜନକ ଭାବେ ବୁଲୁଥିଲେ। ହାତୀ ଶିକାରୀ ସନ୍ଦେହରେ ଗ୍ରାମବାସୀ ସେମାନଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କ ମଧରୁ ଜଣେ ବାଲେଶ୍ୱର, ଜଣେ ମୟୂରଭଞ୍ଜ ଜିଲା ଓ ଅନ୍ୟମାନେ ଘଷିପୁରା, ହରିଚନ୍ଦନପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି। ତାଙ୍କଠାରୁ ଏକ କାର ସହିତ ମାରଣାସ୍ତ୍ର, ଦଉଡି ଆଦି ମିଳିଥିବା ବେଳେ ବନ ବିଭାଗ ଘଟଣାର ତଦନ୍ତ କରୁଛି। ତେବେ କାରରେ ପ୍ରେସ ଲେଖାଥିବାରୁ ଗ୍ରାମବାସୀଙ୍କ ସନ୍ଦେହ ବଢ଼ିଥିଲା। ସେମାନଙ୍କଠାରୁ ବନ୍ଧୁକ ଜବତ ହୋଇଥିବା ବେଳେ ତଦନ୍ତ ପରେ ସମସ୍ତ ଘଟଣା ଜଣାପଡ଼ିବ ବୋଲି ଡିଏଫଓ ସନ୍ତୋଷ ଯୋଶୀ କହିଛନ୍ତି।