ବାର୍‌ହା ଶିକାର କରିବାକୁ ଯାଇ ନିଜେ ପାଲଟିଲେ ଶିକାର

ବୌଦ୍ଧ/ବଘିଆପଡ଼ା,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଜଙ୍ଗଲକୁ ବାର୍‌ହା ଶିକାର କରିବାକୁ ଯାଇ ୨ ଶିକାରୀ ଶିକାର ପାଲଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ରେଞ୍ଜର ଗଣ୍ଡିସର ସେକ୍ସନର ପିପଳମୁଣ୍ଡା ଜଙ୍ଗଲରେ। ବାର୍‌ହା ଶିକାର ପାଇଁ କୁରୁକୁଜ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରାମ୍ଭିକଟା ଗ୍ରାମର କଇରା ବାଘ ଶୁକ୍ରବାର ରାତିରେ ପିପଳମୁଣ୍ଡା ଜଙ୍ଗଲକୁ ଯାଇଥିଲେ । ସେମାନେ ଜଙ୍ଗଲ ମଧ୍ୟରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରୁ ଏକ ଜିଆଇ ତାର ବାର୍‌ହା ଶିକାର ପାଇଁ ବିଛାଇଥିଲେ। କୌଣସି ବଶତଃ ଉଭୟେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଶନବିାର ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ କାଟିବାକୁ ଯାଇଥିବା ବେଳେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ବନବିଭାଗ ଓ ଥାନା କର୍ମଚାରୀଙ୍କୁ ଜଣାଇଥିଲୋ । ଖବରପାଇ ଘଟଣାସ୍ଥଳରେ ବନ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଉକ୍ତ ବଘିଆପଡ଼ା ଗୌଡଦେଇ ଜଙ୍ଗଲରେ ବିଦ୍ୟୁତତାର ଲଗାଇ ବାର୍‌ହା ଶିକାର କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ୨୪ ଘଣ୍ଟା ନ ପୂରୁଣୁ ବାର୍‌ହା ଶିକାର ପାଇଁ ୨ ଜଣଙ୍କ ଜୀବନ ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା,୨୧ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ରେ ଚଳିତ ଖରିଫ ଋତୁରେ ଧାନମଣ୍ଡି ବିଭିନ୍ନ ସ୍ଥାନରେ ଶୁଭାରମ୍ଭ ହୋଇଥିବା ବେଳେ ମିଲର୍ସଙ୍କ ଦ୍ୱାରା ଧାନ ଉଠାଯାଉ...

ଚମାଖଣ୍ଡି ବିଭବ କେନ୍ଦ୍ରକୁ ବୁଲି ଦେଖିଲେ ୫ଟି ରାଜ୍ୟର ପ୍ରତିନିଧି ଦଳ

ଛତ୍ରପୁର, ୨୧ା୧୨(ଦିଲ୍ଲୀପ ସାମଲ): ଝାଡ଼ଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ର ପ୍ରତିନିଧୀ ଦଳ ଶନିବାର ଗଂଜାମ ଜିଲା ଚମାଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ...

ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ

କୋରାପୁଟ,୨୧।୧୨(ଅମିତାଭ ବେହେରା): ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ମରଶରୀର ଗାଁରେ ପହଞ୍ଚିବା ପରେ ଶହୀଦ ଯବାନ ଅମର ରହେ...

ଭାଇଚାରା ସହ ବଡ଼ଦିନ ପାଳନ ପାଇଁ ବାର୍ତ୍ତା ଦେଲେ ଯୁବସଂଘ

ବ୍ରାହ୍ମଣୀଗାଁ,୨୧।୧୨(ମନୋରଞ୍ଜନ ରଣା)- ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି । ଏହି ପର୍ବ ପାଳନ ପାଇଁ ବିଭିନ୍ନ ସମ୍ପ୍ରଦାୟ...

ଡାବୁଲୁମାହାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣେ ନାବାଳକଙ୍କ ଜୀବନ, ୨ ଗୁରୁତର

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ ନଂ ଜାତୀୟ ରାଜପଥର ଡାବୁଲୁମାହାଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କ ମୃତ୍ୟୁ...

ବର୍ଷା ପାଣିରେ ବୁଡିଲା ଅମଳ ଧାନ

ଛତ୍ରପୁର,୨୧ା୧୨(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ଗତ ୩ଦିନ ହେଲା ଅଦିନିଆ ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପକ୍ଷରେ ଅମଳ ହୋଇଥିବା...

ସ୍କୁଲ୍ ବନ୍ଧା ପକାଇ ଖାଇଗଲେ ଟଙ୍କା: କୋଠା ଦଖଲ କଲା ଫାଇନାନ୍ସ କମ୍ପନୀ

ପୁରୁଷୋତ୍ତମପୁର,୨୧ା୧୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଥିବା ସର୍ବପୁରାତନ ଶାଶ୍ବତ ଶିଶୁମନ୍ଦିରରେ ଏକ ବଡ ଘୋଟାଲା ଘଟଛି। ଯାହାକି ଶନିବାର ଭୂବନେଶ୍ବରର ଭର୍ତ୍ତିନା ଫାଇନାନ୍ସ...

ରମ୍ଭା ପୋଲିସକୁ ବଡ଼ ସଫଳତା, ମନ୍ଦିର ଚୋରୀ ଘଟଣାର ହଟିଲା ପରଦା

ଗଞ୍ଜାମ, ୨୧ା୧୨: (ବିଦ୍ୟାଧର ସାହୁ ): ଗତ କିଛି ମାସ ତଳେ ରମ୍ଭା ଓ ଗଞ୍ଜାମ ଅଞ୍ଚଳ ଶିବ ମନ୍ଦିର ଗୁଡିକରୁ ଲୁଟ ଘଟଣାରେ ରମ୍ଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri