ପାଟଣା,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଜଣେ ଅବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରାଯାଇଛି। ସେ ହେଲେ ଚିତ୍ରସେନ ନାଏକ (୩୦)। ଗୁରୁବାର ରାତିରେ ଶୋଇବାଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏଏସ୍ଆଇ ଭରତ ଚନ୍ଦ୍ର ନାଏକ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପାରିବାରିକ କଳହରୁ ଏଭଳି ଘଟିଥିବା ପୋଲିସ ସୂଚନା ଦେଇଛି।