ବକେୟା ବିଲ୍‌ ଆଦାୟ କରିବାକୁ ଯାଇ ମାଡ଼ ଖାଇଲେ

ସମ୍ବଲପୁର,୨୯ା୩ (ବ୍ୟୁରୋ): ଟିପିଡବ୍ଲ୍ୟୁଓଡିଏଲ୍‌ କର୍ମଚାରୀମାନେ ବକେୟା ବିଦ୍ୟୁତ ବିଲ ସଂଗ୍ରହ କରିବାକୁ ସୁନ୍ଦରଗଡ ଜିଲା ଡିଭିଜନ ଗୋପାଳପୁର ସେକ୍ସନ ଅଧୀନ ତିସୁରିଆ ଗ୍ରାମକୁ ଯାଇଥିଲେ। ଉକ୍ତ ଗ୍ରାମର ୪ଜଣ ବ୍ୟକ୍ତି ଲାଇନମ୍ୟାନ କିଶୋର ଚନ୍ଦ୍ର ରାଉତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏ ନେଇ ଅଭିଯୋଗ ପରେ ହିମଗିରି ପୋଲିସ ତଦନ୍ତ କରି ସରୋଜ କୁମାର ସାହୁ(୧୯), ପ୍ରଶାନ୍ତ ସାହୁ(୩୬), ସନାତନ ସାହୁ(୩୧) ଓ ବେଣୁଧର ସାହୁ(୫୭)ଙ୍କୁ ଗିରଫ କରିଥିଲା। ଏମାନଙ୍କ ନାମରେ ଆଇପିସି ଧାରା ୧୪୭, ୪୪୮, ୪୫୨, ୨୯୪, ୩୨୩, ୫୦୬, ୪୨୭, ୧୪୯ରେ ମାମଲା ରୁଜୁ କରାଯାଇଛି। ଜନସାଧାରଣ କର୍ମଚାରୀ ଓ ଅଧିକାରୀଙ୍କୁ ସହଯୋଗ କରିବାକୁ କମ୍ପାନୀର ମୁଖ୍ୟ କର୍ପୋରେଟର କମ୍ୟୁନିକେଶନ ଏବଂ ସହକାରୀ ସମ୍ପର୍କ ଅଧିକାରୀ ମନୋଜ ପଟ୍ଟନାୟକ ପ୍ରେସ ବିବୃତିରେ ଅନୁରୋଧ କରିଛନ୍ତି।

Share