ହତ୍ୟା ଅଭିଯୋଗରେ ରାତିରେ ଜେଲକୁ ଗଲେ, ସକାଳେ ମୃତଦେହ ଉଦ୍ଧାର

ବଡବିଲ,୨୦।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଉପ-କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଓଏମସି (ଓଡିଶା ଖଣି ନିଗମ)ର ଗୃପ-୪ ସିକ୍ୟୁରିଟୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଯାଜପୁର ଜିଲା ବିଞ୍ଝାରପୁରର ତୁଷାର କାନ୍ତ ମଲ୍ଲିକ(୨୯)। ସ୍ତ୍ରୀ ଅନୁସୂୟାଙ୍କ ହତ୍ୟା ଅଭିଯୋଗରେ ସୋମବାର ରାତି ପ୍ରାୟ ସାଢେ ଦଶଟା ବେଳେ ସ୍ବାମୀ ତୁଷାରଙ୍କୁ ଜେଲ ପଠାଯାଇଥିଲାବେଳେ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ଜେଲ ଭିତରୁ ଉଦ୍ଧାର ହେବା ଘଟଣା ପୋଲିସର ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପକାଇଛି।
ସ୍ତ୍ରୀ ଅନୁସୂୟା ଆତ୍ମହତ୍ୟା କରିଥିଲେ ନାଁ ଅନୁସୂୟାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ମିଥ୍ୟା ଅଭିଯୋଗରେ ମ୍ରିୟମାଣ ହୋଇ ତୁଷାର ଜେଲ ଭିତରେ ଆତ୍ମହତ୍ୟା କଲେ ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୁଚନା ଅନୁଯାୟୀ, ତୁଷାର ମାଟକାମବେଡାସ୍ଥିତ କଳିଙ୍ଗ ନଗର କ୍ୱାର୍ଟର ନଂ-୨ ଆରଏ-୧୩ରେ ରହି ଓଏମସି(ଓଡିଶା ଖଣି ନିଗମ)ରେ ନିୟୋଜିତ ଗୃପ- ୪ ସିକ୍ୟୁରିଟୀ ସଂସ୍ଥାରେ
ସିକ୍ୟୁରିଟୀ ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ ମସିହା ଜୁନ ୨୯ରେ ତୁଷାର ଖୋର୍ଦ୍ଧା ଜିଲା ଜଙ୍ଖତ୍ଆ ଥାନା ଅନ୍ତର୍ଗତ ଲେଖନପୁର ଅଞ୍ଚଳର ଅଜୟ କୁମାର ପଟ୍ଟନାୟକଙ୍କ ଝିଅ ଅନୁସୟାଙ୍କ ସହିତ ପ୍ରେମ ବିବାହ କରିଥିଲେ। ତୁଷାର ଓ ଅନୁସୂୟାଙ୍କ ଓରସରୁ ଏକ ୩
ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଥିବା ଜଣାପଡିଛି। ବାପା ଓଏମସିରେ ପିଅନ ଭାବେ କାର୍ଯ୍ୟ କରୁଥିବାରୁ ତୁଷାରଙ୍କ କ୍ୱାର୍ଟରକୁ ଲାଗି ଅନ୍ୟ ଏକ କ୍ୱାର୍ଟରରେ ମାଆ ଓ ସହିତ ବାପା ରହୁଥିଲେ। ତୁଷାରଙ୍କ ମାଆ ସସ୍ମିତାଙ୍କ କହିବା ମୁତାବକ ତୁଷାର ମଦ୍ୟପାନଧ୍‌ କରୁଥିବାରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ହୁଏ। ରବିବାର ଦିନ ପ୍ରାୟ ୧୨ଟା ବେଳେ ଉଭୟଙ୍କ ମଧ୍ୟରେ କଳି ହୋଇଥିବାବେଳେ ଝିଅକୁ ନେଇ ତୁଷାର ନିକଟସ୍ଥ ଦୋକାନକୁ ଯାଇଥିଲେ। ଦୋକାନରୁ ଫେରି ଦେଖିବାବେଳକୁ ଭିତରପଟୁ କବାଟ ବନ୍ଦ ଥିବାରୁ ରାଗରେ ତୁଷାର କବାଟକୁ ଏକ ଶକ୍ତ ଗୋଇଠା ମାରିଥିଲେ। ଫଳରେ କବାଟଟି ଖୋଲିଯାଇଥିବାବେଳେ ସ୍ତ୍ରୀ ଅନୁସୂୟାଙ୍କ ଝୁଲନ୍ତା ମୃତଦେହକୁ ତୁଷାର ଦେଖିବାକୁ ପାଇଥିଲେ। ମାଆ ସସ୍ମିତା ଓ ପୁଅ ତୁଷାର ଅନୁସୂୟାଙ୍କୁ ବଡବିଲ
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେହେଁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା।
ଅନୁସୂୟାଙ୍କ ବାପା ବଡବିଲ ପହଞ୍ଚି ଅନୁସୂୟାଙ୍କ ମୃତ୍ୟୁ ଯୌତୁକ ଜନିତ ହତ୍ୟା ବୋଲି ଲିଖିତ ଅଭିଯୋଗ କରିବାରୁ ପୋଲିସ ବଡବିଲ ଥାନା କେଶ ନଂ ୨୪୭/୨୦୨୪ରେ ଏକ ମାମଲା ରୁଜୁ କରି ସୋମବାର ତୁଷାରଙ୍କୁ ଗିରଫ କରିଥିଲା। ରାତି ପ୍ରାୟ ସାଢେ ୧୦ଟା ବେଳେ ପୋଲିସ ତୁଷାରଙ୍କୁ କୋର୍ଟ ଚାଲାଣ କରିଥିଲାବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବଡବିଲ ସବ-ଜେଲକୁ ପଠାଯାଇଥିଲା। ଜେଲର କର୍ମଚାରୀଙ୍କଠାରୁ ମିଳିଥିବା ସୁଚନା ଅନୁଯାୟୀ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ତୁଷାର ଶୋଇଥିଲେ। ଭୋର ପ୍ରାୟ ୪ଟା ବେଳେ ଜେଲର ଲୁହା ରେଲିଂରେ ଏକ ଗାମୁଛା ସାହାଯ୍ୟରେ ବେକରେ ଫାଶି ଲଗାଇତୁଷାର ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏ ନେଇ ବଡବିଲ ପୋଲିସ ଥାନା ଅପମୃତ୍ୟୁ ମାମଲା ସଂଖ୍ୟା ୩୪/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତରେ ସହାୟତା ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟାଳୟରୁ ସାଇଣ୍ଟିଫିକ ଟିମକୁ ଡାକିଥିବା ବଡବିଲ ଥାନା ଆଇଆସି ରମାକାନ୍ତ ମୁଦୁଲି କହିଛନ୍ତି। କୋର୍ଟ ଚାଲାଣ ପୂର୍ବରୁ ସ୍ତ୍ରୀ ଅନୁସୂୟାଙ୍କୁ ବହୁତ ଭଲପାଉଥିବା କହିବା ସହ ଅନୁସୂୟାଙ୍କ ବିନା ସେ ବଞ୍ଚିପାରିବେ ନାହିଁ ବୋଲି ତୁଷାର କହିଥିବା ଆଇଆସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri