ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇ ଫେରିଲେନି, ହତ୍ୟା ସନ୍ଦେହ କରି…

ପାଟଣା,୧୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଆହାରପଡ଼ା ଫିଲଡ ସାହି ବାଉଁଶ ବୁଦା ନିକଟରୁ ମଙ୍ଗଳବାର ସକାଳୁ ଜଣେ ୪୫ ବର୍ଷୀୟା ବିଧବାଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଜବତ ହୋଇଛି। ମହିଳା ଜଣକ ହେଉଛନ୍ତି ଆହରପଡା ଗୁଡ଼ା ସାହିର ସ୍ବର୍ଗତ ଟଙ୍କଧର ମୁଣ୍ଡାଙ୍କ ସ୍ତ୍ରୀ ରାଇମଣି ମୁଣ୍ଡା। ତାଙ୍କୁ କେହି ସୁପରିକଳ୍ପିତ ଭାବେ ତଣ୍ଟି ଚିପି ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହା ଅପମୃତ୍ୟୁ କି ହତ୍ୟା ସ୍ପଷ୍ଟ କରିବା ପାଇଁ ସାଇଣ୍ଟିଫିକ ଟିମ୍‌କୁ ଡକାଇଛୁ ବୋଲି ପାଟଣା ଥାନା ଧିକାରୀ ଦୀପ୍ତି ରଞ୍ଜନ ସାହୁ କହିଛନ୍ତି। ସୋମବାର ରାଇମଣି ସମ୍ପର୍କୀୟ ଶୁକ୍ରା ମୁଣ୍ଡାଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇଥିଲେ। ତାଙ୍କ ବେକରେ ଓ ହାତରେ ଥିବା କ୍ଷତ ଚିହ୍ନ ଥିବାରୁ ସ୍ଥାନୀୟ ଲୋକେ ଅଧିକ ତଦନ୍ତ ଦାବି କରିଛନ୍ତି। ଘଟଣାସ୍ଥଳରେ ସାହାରପଡା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା ଓ ପାଟଣା ଥାନା ଧିକାରୀ ସାହୁ ଉପସ୍ଥିତଅଛନ୍ତି।

Share