ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବୁଡ଼ିଗଲେ

ବ୍ର୍ରହ୍ମବରଦା,୨୨।୮(ଯଯାତି କେଶରୀ ବେହେରା):ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ୩ ଯୁବକ ବୁଧବାର ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଜଣେ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ଗ୍ରାମର ସେକ୍‌ ମୁକ୍ତାର ମହମ୍ମଦଙ୍କ ପୁଅ ସେକ୍‌ ଜଲାଲ ମହମ୍ମଦ। ସାଙ୍ଗଙ୍କୁ ବଞ୍ଚାଇବକୁ ଯାଇ ସେ ନିଜେ ବୁଡ଼ି ଯାଇଛନ୍ତି। ଗ୍ରାମର ସେକ୍‌ ଜଲାଲ ମହମ୍ମଦଙ୍କ ସମେତ ସେକ୍‌ ତଫଜୁଲଙ୍କ ପୁଅ ସେକ୍‌ ରଫିକ୍‌ ଓ ସେକ୍‌ ପପୁଙ୍କ ପୁଅ ସେକ୍‌ ସାଦ୍‌ ବ୍ରହ୍ମବରଦା ମହାବିଦ୍ୟାଳୟରୁ ଫେରି ମଧ୍ୟାହ୍ନ ୧୨ଟା୩୦ରେ ବ୍ରହ୍ମଣୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଜଳସ୍ତର ଅଧିକ ଥିବାରୁ ସେକ୍‌ ରଫିକ୍‌ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି ସେକ୍‌ ଜଲାଲ ମହମ୍ମଦ ତାଙ୍କୁ ଉଦ୍ଧାର କରିବା ପରେ ନିଜେ ନିଖୋଜ ହୋଇଯାଇଥିଲେ। ସେକ୍‌ ସାଦ ନିରୁପାୟ ହୋଇ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରି ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ସେକ୍‌ ଜଲାଲଙ୍କୁ ପାଇ ନ ଥିଲେ। ରସୁଲପୁର ଅଗ୍ନିଶମ ହାବିଲଦାର ଖିଲାରାମ ମାରାଣ୍ଡିଙ୍କ ନେତୃତ୍ୱରେ ୫ଜଣିଆ ପହଞ୍ଚି ବହୁ ଖୋଜା ଖୋଜି ପରେ ଯୁବକଙ୍କୁ ଠାବ ନ କରିପାରି ନିରାଶ ହୋଇ ଫେରି ଯାଇଥିଲେ।
ସ୍ଥାନରେ ବେଆଇନ ବାଲିଘାଟ ଚାଲିଛି। ଫଳରେ ବ୍ରାହ୍ମଣୀ ନଦୀ ପଠାରେ କୃତିମ ଗଣ୍ଡମାନ ସୃଷ୍ଟି ହୋଇଛି। ଏହିପରି ପ୍ରତି ବର୍ଷ ନଦୀରେ ଜଳସ୍ତର ବୃଦ୍ଧି ହେବା ଫଳରେ କୃତ୍ରିମ ଗଣ୍ଡରେ ଜୀବନ ହାନୀ ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଖବର ପାଇ ବ୍ରହ୍ମବରଦା ଥାନା ଅଧିକାରୀ ଅଂଶୁମାଳା ଦାସ ପହଞ୍ଚି ତଦନ୍ତ କରି ବାଲି କାମରେ ଲାଗିଥିବା ୨ ପ୍ରୋକ୍ଲିନ୍‌କୁ ଜବତ କରିଛନ୍ତି। ରସୁଲପୁର ଅତିରିକ୍ତ ତହସିଲଦାର ରାଜୀବ ବଲ୍ଲଭ ଓ ବ୍ରହ୍ମବରଦା ରାଜସ୍ବ ନିରକ୍ଷୀକ ଅସିତ୍‌ କୁମାର ସ୍ବାଇଁ ପହଞ୍ଚି ବେଆଇନ ବାଲି କାରବାର ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri