ଯାଇଥିଲେ ଭୋଜି କରିବାକୁ, ମିଳିଲା ମୃତଦେହ

ସୋନପୁର,୧୦।୧(ନି.ପ୍ର.): ସୋନପୁର ସହର ଯାତ୍ରୀ ନିବାସ ସମ୍ମୁଖ ମହାନଦୀ ପାଚେରୀ ଘାଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ବଡବଜାର ଘାସିପଡାର ଜଲାର ସିଂ ବାଗ(୩୨) ।

ମହାନଦୀ ନଦୀ କୂଳରେ ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସୋନପୁର ସଦର ଥାନା ପୋଲିସକୁ ଖବର ମିଳିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରବିବାର ଜଲାର ସିଂ ଅନ୍ୟମାନଙ୍କ ସହିତ ମିଶି ନଦୀ ଭିତର ବାଲି ପଠାକୁ ଭୋଜି କରିବାକୁ ଯାଇଥିଲେ। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

 

Share