ପିଠିରେ ବୋହି ନେବେ ଏଇ ବିଛଣା

ଯଦି କେବେ ପିକ୍‌ନିକ ଅବା କ୍ୟାମ୍ପ କରିବାକୁ ଯାଉଛନ୍ତି, ଆଉ ସେଠି ଆରାମରେ କିଛି ସମୟ ବିତାଇବାକୁ ଚାହାନ୍ତି ତେବେ ଏଇ ବିଛଣାକୁ ସାଙ୍ଗରେ ନେଇିପାରିବେ। ଏହାକୁ ନେବା ବହୁତ ସହଜ। ବ୍ୟାକ୍‌ପ୍ୟାକ୍‌ ପରି ପିଠିରେ ଲଦି ନେଇପାରିବେ। ଆଉ ବେଶ୍‌ ସହଜରେ ଖୋଲି ଏକ ସୁନ୍ଦର ଆରାମଦାୟକ ଶେଯରେ ରୂପାନ୍ତର କରିପାରିବେ। ଏହାର ନାମ ହେଉଛି ଭୋପ୍ଲାଟ୍‌ସ। ଡଚ୍‌ ଷ୍ଟୁଡିଓ ମାକ୍କିଙ୍କ ଆଣ୍ଡ ବେ’ ଏହାକୁ ତିଆରି କରିଛି। ଏହା ଏକ ଫଙ୍କଶନାଲ ସୋଫା ବେଡ୍‌। ଏଥିରେ ଏକ କାଠର ଫ୍ରେମ୍‌ ଥାଏ। ଯେଉଁଥିରେ ଏକ ଉଲେନ୍‌ ଜ୍ୟାକେଟ୍‌ ଆଟାଚ୍‌ ହୋଇଥାଏ। ଏହି ଜ୍ୟାକେଟ୍‌କୁ ପିନ୍ଧିଲେ ପୂରା ଫ୍ରେମ୍‌ ଓ ତା’ସହ ଆଟାଚ୍‌ ହୋଇରହିଥିବା ବିଛଣାକୁ ପିଠିରେ ବ୍ୟାକପ୍ୟାକ୍‌ ପରି କ୍ୟାରି କରିହେବ। ପରେ ଯେଉଁଠି ଚାହିଁବେ ଏହାକୁ କାନ୍ଧରୁ ବାହାର କରି ରଖିଦେଲେ ଗୁଡେଇ ହୋଇ ରହିଥିବା ବିଛଣା ସିଟ୍‌ ଭଳି ରହିବ। ଯାହା ଉପରେ ଆରାମରେ ବସିପାରିବେ ଓ ଉପରକୁ ଲମ୍ବିଥିବା କାଠ ଫ୍ରେମ୍‌ ବ୍ୟାକରେଷ୍ଟର କାମ କରିବ। ଏହାକୁ ବିଛଣାର ରୂପ ଦେବାକୁ ହେଲେ କେବଳ ଏତିକି କରିବାକୁ ହେବ ଯେ, ବିଛାଣକୁ ଗୁଡେଇକି ରଖିଥିବା ଷ୍ଟ୍ରାପ୍‌କୁ ଖୋଲିଦେବେ। ଆଉ ଏହା ଏକ ଲମ୍ବା ଆରାମଦାୟକ ବିଛଣା ହୋଇଯିବ। ଯାହା ଉପରେ ଆରାମରେ ଶୋଇପାରିବେ।