ପରାଗ ବିଦା ହେଲେ ୪୨ ମିଲିୟନ ଡଲାର ପାଇବେ

ଓ୍ବାଶିଂଟନ୍‌, ୨୬ା୪: ଏଲନ ମସ୍କଙ୍କ ଟୁଇଟର ଡିଲ୍‌ ପରେ ସିଇଓ ପରାଗ ଅଗ୍ରଓ୍ବାଲ ଦାୟିତ୍ୱରେ ରହିବେ କି ନାହିଁ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଯଦି ଆସନ୍ତା ୧୨ ମାସ ମଧ୍ୟରେ ପରାଗଙ୍କ ସିଇଓ ପଦ ଯାଏ ତେବେ ସେ ପ୍ରାୟ ୪୨ ମିିଲିୟନ ଡଲାର ପାଇବେ ବୋଲି ରିସର୍ଚ୍ଚ ଫାର୍ମ ଇକ୍ୱିଲାର ପକ୍ଷରୁ କୁହାଯାଇଛି। ପରାଗଙ୍କ ବର୍ଷକର ଦରମା ଏବଂ ତାଙ୍କ ପାଖରେ ଥିବା ଶେୟାର ମୂଲ୍ୟ ବାବଦକୁ ସେ ଏହି ଅର୍ଥ ପାଇବେ ବୋଲି ଇକ୍ୱିଲାର ମୁଖପାତ୍ର କହିଛନ୍ତି। ତେବେ ଏହା ଉପରେ ଟୁଇଟର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

Share