କରୋନା ଆକ୍ରାନ୍ତ ହେବା ପରେ ଏପରି କଳାପଡ଼ିଗଲା ମହିଳାଙ୍କ ଆଙ୍ଗୁଠି

ରୋମ,୧୩।୨: କରୋନା ମହାମାରୀ ପରେ ଜଣେ ମହିଳାଙ୍କ ଆଙ୍ଗୁଠି କଳା ପଡ଼ିଯାଇଥିଲା। ଫଳରେ ଡାକ୍ତରମାନେ ତାଙ୍କର ୩ଟି ଆଙ୍ଗୁଠି କାଟି ଦେଇଛନ୍ତି। ଇଟାଲୀର ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିଲେ। ଏହି ଭୂତାଣୁ ମହିଳାଙ୍କ ଆଙ୍ଗୁଠିର ରକ୍ତବାହୀକୁ ନଷ୍ଟ କରି ଦେଇଥିଲା। ଏହି ଫଟୋଗୁଡ଼ିକ ମେଡିକାଲ ଜର୍ନାଲ, ୟୁରୋପୀୟ ଜର୍ନାଲ ଅଫ୍‌ ଭାସ୍କୁଲାର ଏବଂ ଏଣ୍ଡୋଭାସ୍କୁଲାର ସର୍ଜରୀରେ ‘ନେକ୍ରୋଟିକ୍‌’ ମୃତ ଆଙ୍ଗୁଠିରେ ଶେୟାର କରାଯାଇଥିଲା। ଯାହାକୁ ଇଟାଲୀର ଡାକ୍ତରମାନେ କରୋନା ଭାଇରସର ଏହା ଏକ ଭୟଙ୍କର ରୂପ ବୋଲି କହିଛନ୍ତି। ଏପରି ରୋଗ ଅନେକ କରୋନା ଆକ୍ରାନ୍ତଙ୍କଠାରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ରକ୍ତନଳୀରେ ଏହି ଭାଇରସ ବ୍ୟାପକ କ୍ଷତି ଘଟାଇ ରକ୍ତ ଜମାଟ ବାନ୍ଧୁଥିବା ବିପଦଜ୍ଜନକ ଅବରୋଧ ସୃଷ୍ଟି କରିଥିଲା।

ଇଟାଲୀର ଏହି ମହିଳାଙ୍କର ଡାହାଣ ହାତର ତର୍ଜନୀ, ଅନାମିକା ଏବଂ କାଣୀ ଆଙ୍ଗୁଠି କଳା ପଡ଼ିଯାଇଥିଲା। ବୈଜ୍ଞାନିକମାନେ କୁହନ୍ତି, ରକ୍ତ ଜମାଟ ବାନ୍ଧିଲେ ଏପରି ହୁଏ।

Share