ଜନ୍ମଦିନରେ କରିଥାନ୍ତେ ନିଜ ରାଜନୈତିକ ପାର୍ଟିର ଲଞ୍ଚ, ହେଲେ ଥାଲାପଥିଙ୍କର ରହିଛି ଅଲଗା ପ୍ଲାନ

ନୂଆଦିଲ୍ଲୀ,୨୨।୬: ସାଉଥ୍‌ ସୁପରଷ୍ଟାର ଥାଲାପଥି ବିଜୟ ଚଳିତ ବର୍ଷ ଆରମ୍ଭରେ ନିଜର ରାଜନୈତିକ ଦଳ ତାମିଜାଗା ଭେଟ୍ରି କାଜଗାମ ଲଞ୍ଚ କରିଛନ୍ତି। କିନ୍ତୁ ଚଳିତ ଲୋକ ସଭା ନିର୍ବାଚନରେ ସେ ଭାଗ ନେଇ ନ ଥିଲେ କି କୌଣସି ପ୍ରାର୍ଥୀ ଉତାରି ନ ଥିଲେ। କୁହାଯାଉଛି କି, ଥାଲାପଥିଙ୍କର ନଜର ୨୦୨୬ ତାମିଲନାଡୁ ନିର୍ବାଚନ ଉପରେ ରହିଛି।

ସାଉଥ୍‌ର ସୁପରଷ୍ଟାର ଥାଲାପଥି ୨୦୨୬ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ଉପରେ ନଜର ପକାଇଛନ୍ତି। ଏହାକୁ ନେଇ ସେ ତାଙ୍କ ରଣନୀତି ପ୍ଲାନ କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆନୁଷ୍ଠାନିକ ଭାବେ ତାଙ୍କ ପାର୍ଟି ଆରମ୍ଭ କରିନାହାଁନ୍ତି। ସୂଚନା ଥିଲା କି, ତାଙ୍କର ୫୦ତମ ଜନ୍ମଦିନ ଅର୍ଥାତ ୨୨ଜୁନରେ ସେ ଆନୁଷ୍ଠାନିକ ଭାବରେ ତାଙ୍କର ପାର୍ଟି ଲଞ୍ଚ କରିବେ। ଏଥିପାଇଁ ଏକ ସ୍ଥାନ ମଧ୍ୟ ଚୟନ କରାଯାଇଥିଲା। କିନ୍ତୁ କାଲାକୁରିଚିରେ ହୋଇଥିବା ଘଟଣା ପରେ ସେ ତାଙ୍କ ଜନ୍ମଦିନରେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି।

ବିଜୟ ୧୯୭୪ ଜୁନ ୨୨୩ରେ ତାମିଲନାଡୁର ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ) ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର, ଯିଏ ଏବେ ଥାଲାପାଥି ବିଜୟ ଏବଂ ଇଲାୟାଥାପାଥି ନାମରେ ମଧ୍ୟ ଜଣାଶୁଣା। ବିଜୟଙ୍କ ପତ୍ନୀଙ୍କ ନାମ ହେଉଛି ସଂଗୀତ ସର୍ଣ୍ଣଲିଙ୍ଗମ। ତାଙ୍କର ଦୁଇଟି ସନ୍ତାନ ହେଲେ ସାଜନ ସଞ୍ଜୟ ଏବଂ ଦିବ୍ୟା ଶଶା ଅଛନ୍ତି।

ବିଜୟ ଚଳଚ୍ଚିତ୍ର ଜଗତରୁ ଅନେକ ସମ୍ମାନ ପାଇଛନ୍ତି। ଏଥିମଧ୍ୟରେ ଷ୍ଟାର ଇଣ୍ଡିଆରୁ ଆଠଟି ପୁରସ୍କାର, ତାମିଲନାଡୁ ସରକାରଙ୍କ ଦ୍ୱାରା ତିନିଥର ଦିଆଯାଇଥିବା ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ SIIMA ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏହା ବ୍ୟତୀତ, ତାଙ୍କର ରୋଜଗାର ଆଧାରରେ ସେ ଅନେକ ଥର ଫୋର୍ବସ ଇଣ୍ଡିଆରେ ୧୦୦ ସେଲିବ୍ରିଟି ତାଲିକାରେ ସ୍ଥାନ ପାଇଛନ୍ତି ।

ତାମିଲ ସୁପରଷ୍ଟାର ବିଜୟ ଚଳିତ ବର୍ଷ ଫେବୃଆରୀ ୨ରେ ତାମିଜାଗା ଭେଟ୍ରି କାଜଗାମ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ। ଏହାପୂର୍ବରୁ ତାମିଲ ସିନେମାର ଅନେକ ସୁପରଷ୍ଟାର ରାଜନୀତିରେ ପ୍ରବେଶ କରିଛନ୍ତି ଏବଂ ଯଥେଷ୍ଟ ସଫଳତା ହାସଲ କରିଛନ୍ତି । ତାମିଲନାଡୁର ପାଞ୍ଚ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ର ପୃଷ୍ଠଭୂମିରୁ ଆସିଛନ୍ତି। ତେବେ ତାମିଲନାଡୁ ରାଜନୀତିରେ ବିଜୟଙ୍କ ନଜର ମଧ୍ୟ ରହିଛି। ତେଣୁ ଦଳ ଗଠନ ସତ୍ତ୍ୱେ ବି ସେ ଲୋକ ସଭା ନିର୍ବାଚନରେ ଏହାକୁ ସ୍ଥାନିତ କରିନାହାଁନ୍ତି। ନିର୍ବାଚନରେ କୌଣସି ଦଳକୁ ସମର୍ଥନ ମଧ୍ୟ ଦେଇନାହାଁନ୍ତି। ଏପରିକି ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ ମଧ୍ୟ କରି ନାହାନ୍ତି।

କାଲାକୁରିଚିରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଥାଲପଥି ବିଜୟ ତାଙ୍କ ଜନ୍ମଦିନରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଏହି ମଦ ଦୁର୍ନୀତିରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ସେ ତାଙ୍କ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ତେବେ ସେ ଆଉ କେଉଁଦିନ ତାଙ୍କ ପାର୍ଟି ଲୟ୍ଚ କରିବେ ସେ ନେଇ ମଧ୍ୟ କିଛି ସୂଚନା ଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ ଆସିବ। ଏହି ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ ବୋଲି ଶନିବାର କେନ୍ଦ୍ରୀୟ...

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ...

ସଂସଦରେ ଏହିଦିନ ଉପସ୍ଥାପନ ହେବ କେନ୍ଦ୍ର ବଜେଟ, କିରେନ ରିଜିଜୁ କଲେ ଘୋଷଣା

ନୂଆଦିଲ୍ଲୀ,୬।୭: କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି...

ଅମିତ ଶାହାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ଜାଣନ୍ତୁ କେଉଁ ମାମଲାର ଚାର୍ଜଶିଟ୍‌ରୁ ହଟାଗଲା ନାଁ

ନୂଆଦିଲ୍ଲୀ,୬।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କ ନାଁରେ ରୁଜୁ ହୋଇଥିବା ମାମଲାର ଚାର୍ଜସିଟ୍‌ରୁ ତାଙ୍କ ନାଁ ହଟାଯାଇଛି। ମଡେଲ କୋଡ ଅଫ...

ଓଡ଼ିଆ ପୁଅ ବିମଳଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାହସିକତା ଏବଂ ବିରତ୍ୱ ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ...

ଗୁଜୁରାଟରୁ ମୋଦିଙ୍କୁ ବଡ଼ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ, କହିଲେ…

ଗାନ୍ଧୀନଗର,୬।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜୁରାଟ ଗସ୍ତରେ ଅଛନ୍ତି। ଶନିବାର ଗୁଜୁରାଟରେ ପହଞ୍ଚି ସେ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଚ୍ୟାଲେଞ୍ଜ କରିଛନ୍ତି। ସେ...

ଗିରଫ ହେଲା କୋଟିପତି ଚୋର, ନାଁ ବଦଳାଇ କରିଥିଲା ବିବାହ

ମୁମ଼୍ବାଇ, ୬।୭: ବହୁଦିନ ଧରି ଚୋରି କରି ମୁମ଼୍ବାଇରେ ଅଏସ୍‌ କରୁଥିବା ଜଣେ କୋଟିପତି ଚୋରକୁ ଗିରଫ କରିଛି ଗୁଜୁରାଟ ପୋଲିସ । ଏହି ଚୋର...

ରୋହିତ ଶର୍ମାଙ୍କ ଅବସରକୁ ନେଇ ମା’ କଲେ ବଡ଼ ଖୁଲାସା: କହିଲେ ଏମିତି କଥା

ନୂଆଦିଲ୍ଲୀ,୬।୭: ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିଛି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri