ମୃତ୍ୟୁ ପୂର୍ବରୁ ସହାୟତା ପାଇଁ ଲେଖିଥିଲେ ଚିଠି

ଭଦ୍ରକ,୨୭।୭(ସନାତନ ରାଉତ)ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାର ବୁଧବାର ଭଦ୍ରକ ଜିଲା ଜଜ୍‌ କୋର୍ଟରେ ଚତୁର୍ଥ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ ଓରଫ ସୋନି କୋର୍ଟରେ ହାଜର ହୋଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ମାନସ ନିଜର ଠିକଣା ଓ ତାଙ୍କୁ ଉଦ୍ଧାର ଲାଗି ସହାୟତା କରିବାକୁ ଚିଠି ଲେଖିଥିତ୍ଲେ। ଏହି ହାତଲେଖା ଚିଠି ସରୋଜିନୀ ପାଇବା ପରେ ଆଶ୍ରମର ମାଲିକ ଶର୍ମିଷ୍ଠା ରାଉତଙ୍କୁ ଜଣାଇଥିଲେ। ଶର୍ମିଷ୍ଠା ଉକ୍ତ ଚିଠିକୁ ଝରକା ବାହାରକୁ ଫିଙ୍ଗି ଦେଇଥିଲେ।
ସରୋଜିନୀଙ୍କ ବୟାନ ଅନୁଯାୟୀ, ଚାକିରି ଖୋଜି ଖୋଜି ସେ ନୟାଗଡ଼ ରଣପୁରରୁ ଆସି ଦୟାଲ ଆଶ୍ରମର ମାଲିକ ଶର୍ମିଷ୍ଠାଙ୍କ ଅଧୀନରେ ଚାକିରି କରିଥିଲେ। ୨୦୨୨ ଜାନୁୟାରୀ ୨୨ ତାରିଖରେ ଛୁଟି ନେଇ ନିଜ ଘରକୁ ଯାଇଥିବା ସମୟରେ ଶର୍ମିଷ୍ଠାଙ୍କ ନିର୍ଦ୍ଦେଶରେ ସେ ସେହି ମାସ ୨୯ ତାରିଖରେ ଫେରି ଆସିଥିଲେ। ତାଙ୍କ ଆଶ୍ରମଠାରୁ କିଛି ଦୂରରେ ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣା ନ୍ୟୁଜ୍‌ ୱେବ୍‌ ଚ୍ୟାନେଲର କାର୍ଯ୍ୟାଳୟକୁ ଯାଇ ସେଠାରେ ଶର୍ମିଷ୍ଠା, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ଅନ୍ୟମାନଙ୍କୁ ଦେଖିଥିଲେ। ସେଠାରେ ମାନସ ସ୍ବାଇଁ ତାଙ୍କ କ୍ୟାମେରା ଚିପ୍‌ କେମିତି ଫେରାଇବେ ସେମାନେ କଥାବାର୍ତ୍ତା ହେଉଥିବା ଶୁଣିଥିଲେ। ପରଦିନ ଆଶ୍ରମକୁ ସମସ୍ତେ ଆସି ମାନସଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ। ମାନସ ଚାନ୍ଦବାଲି ଆସିଛନ୍ତି ଓ ୧୦ହଜାର ଟଙ୍କା ନ ଦେଲେ ସେ ଚିପ୍‌ ଫେରାଇବେ ନାହିଁ ବୋଲି କହିଥିଲେ। ତା’ପରେ ସେମାନେ ତାଙ୍କୁ କେମିତି ଚାନ୍ଦବାଲିରୁ ଆଣିବେ ବସି କଥା ହୋଇଥିଲେ। ତା’ପରଦିନ ଅର୍ଥାତ ଫେବୃୟାରୀ ୭ ତାରିଖରେ ସେ କାମ ପାଇଁ ଶର୍ମିଷ୍ଠାଙ୍କ ଘରକୁ ଯାଇଥିବା ବେଳେ ଶର୍ମିଷ୍ଠା ଘରେ ନ ଥିଲେ। କିଛି ସମୟ ସେ ତାଙ୍କ ଭାଉଜଙ୍କ ସହ କଥା ହେବା ଭିତରେ ଶର୍ମିଷ୍ଠା ଓ ଝୁନା ଭୋଇ ଆସି ପହଞ୍ଚତ୍ଥିଲେ। ଶର୍ମିଷ୍ଠାଙ୍କ ଭାଉଜ ପଚାରିବାରୁ ଝୁନା ଭୋଇ କହିଥିଲେ ଯେ, ସେମାନେ ରାତି ଅନିଦ୍ରା ହୋଇ ମାନସଙ୍କୁ ଯାଇ ଆଣିଛନ୍ତି। ମାନସଙ୍କୁୁ ଦେଖିବା ପାଇଁ ଭାଉଜ କହିବାରୁ ଝୁନା ଭୋଇ ଭିଡିଓ କଲ୍‌ କରି ଏକ କାର୍‌ ଭିତରେ ରାଜ ଓ ଅନ୍ୟ ୨ଜଣଙ୍କ ସହ ମାନସ ବସିଥିବା ସେ ଦେଖାଇଥିଲେ। ପରେ ମାନସଙ୍କୁୁ ଆଶ୍ରମକୁ ନେଇ ଆସିଥିଲେ। ତାକୁ ମାଡ଼ ମାରିବା ସହ କଲର ଧରି ଘୋଷାରି ଆଶ୍ରମ ଘର ଉପର ମହଲାକୁ ନେଇ ସେଠାରେ ମଧ୍ୟ ମାଡ଼ ମାରିଥିଲେ। ତାଙ୍କ ପକେଟରୁ ପର୍ସ ଓ ଏଟିଏମ୍‌ କାର୍ଡ ନେଇଯାଇ ତାଲା ପକାଇ ସମସ୍ତେ ପଳାଇ ଯାଇଥିଲେ। ପୁଣି ସନ୍ଧ୍ୟାରେ ସମସ୍ତେ ଆସି ମାନସଙ୍କୁୁ ବାଉଁଶ ବାଡ଼ି ଓ ଏକ କାଠଫାଳିଆରେ ନିର୍ମମ ଭାବରେ ପିଟିଥିଲେ। ସେତେବେଳେ ସରୋଜିନୀ ତଳ ମହଲାରେ ବସି ଟିଭି ଦେଖୁଥିଲେ। ମାନସଙ୍କୁୁ ମାଡ଼ ମରାଯାଉଥିବା ଶବ୍ଦ ସେ ଶୁଣିଥିବା ସରୋଜିନୀ ତାଙ୍କ ବୟାନରେ କହିଛନ୍ତି। ପରେ ବାହାରପଟୁ କବାଟ ବନ୍ଦ କରିଦେଇ ସେମାନେ ପଳାଇ ଯାଇଥିଲେ। ପରଦିନ ସକାଳୁ ମାନସ ସେହି ରୁମରେ ନ ଥିଲେ, କିଛି ଭଙ୍ଗା ବାଉଁଶ ଓ କାଠଫାଳିଆ ପଡ଼ିଥିଲା। ଘଟଣାର ଦୁଇ ଦିନ ପରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ବାରୁ ମାନସଙ୍କ ମୃତ୍ୟୁ ହୋଇଥିବା ସେ ଜାଣିବାକୁ ପାଇଥିଲେ ବୋଲି ବୟାନରେ କହିଛନ୍ତି। ସମୟ ଅଭାବରୁ ଅପରପକ୍ଷ ଓକିଲ ଜେରା କରି ପାରି ନ ଥିଲେ। ଆସନ୍ତା ଅଗଷ୍ଟ ୨ ତାରିଖରେ ଜେରା କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri