Posted inଖେଳ

ଅଧିନାୟକ ହୋଇ ବି ହାରିଗଲେ ସୂର୍ଯ୍ୟକୁମାର, କୋଚ୍‌ ଗମ୍ଭୀର ନେଲେ ଚକିତ କଲା ଭଳି ନିଷ୍ପତ୍ତି…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହେବା ପରେ ଭାରତୀୟ ପ୍ରଶଂସକ ଚକିତ ହୋଇଛନ୍ତି। କାରଣ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରୁ ଉପ ଅଧିନାୟକ ପଦ କାଢ଼ି ନିଆଯାଇ ଶୁଭମନ ଗିଲଙ୍କ ଦାୟିତ୍ୱ ମିଳିଛି। ସେହିଭଳି ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ ଅଧିନାୟକ କରାଯାଇଛି। ଏହା ବଡ଼ ଖବର ହୋଇଥିଲେ ହେଁ ତାଙ୍କୁ କୋଚ୍‌ ଗୌତମ ଗମ୍ଭୀର ଏବଂ ଚୟନ କମିଟି ପକ୍ଷରୁ ବଡ଼ ଝଟ୍‌କା ମିଳିଛି। ଗମ୍ଭୀର ତାଙ୍କୁ ଦିନିକିଆ ଟିମ୍‌ରୁ ବାଦ୍‌ ଦେଇଛନ୍ତି। ତାଙ୍କ ସ୍ଥାନରେ ରିଆନ ପରାଗଙ୍କୁ ଦଳରେ ସୁଯୋଗ ମିଳିଛି। ଏଣୁ ରିଆନଙ୍କୁ କାହିଁକି ସୁଯୋଗ ମିଳିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?

ରିଆନଙ୍କୁ ଦିନିକିଆ ଏବଂ ଟି୨୦ରେ ସ୍ଥାନ ମିଳିବାର କାରଣ ହେଉଛି ସେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌ ହେବା ସହ ଭଲ ଅଲରାଉଣ୍ଡର। ସେ ବଡ଼ ଛକା ମାରିବା ସହ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାରେ ସିଦ୍ଧହସ୍ତ। ଆବଶ୍ୟକସ୍ଥଳେ ସ୍ପିନ୍‌ ବୋଲିଂ ବି କରିପାରନ୍ତି। ଭାରତୀୟ ଟିମ୍‌ରେ ଏଭଳି ଅଲରାଉଣ୍ଡରର ଆବଶ୍ୟକତା ଥିବା ବେଳେ ରିଆନ ଏହି ସ୍ଥାନରେ ଫିଟ୍‌ ହୋଇଛନ୍ତି।

ଆଇପିଏଲ୍‌ ୨୦୨୪ରେ ଏହି ୨୨ ବର୍ଷୀୟ ଅଲରାଉଣ୍ଡର ରାଜସ୍ଥାନ ଲାଗି ୧୬ ମ୍ୟାଚ୍‌ ଖେଳି ୧୪ ଇନିଂସରେ ୫୭୩ ରନ୍‌ କରିଛନ୍ତି। ସେ ରାଜସ୍ଥାନ ଲାଗି ସବୁଠାରୁ ଅଧିକ ରନ୍‌ କରିଛନ୍ତି। ତାଙ୍କର ଫର୍ମକୁ ନେଇ ତାଙ୍କୁ ଜିମ୍ବାଓ୍ବେ ସିରିଜରେ ସୁଯୋଗ ମିଳିଥିଲା। ସେଥିରେ ସେ ଭଲ ଖେଳି ନ ଥିଲେ ହେଁ ଚୟନକର୍ତ୍ତା ପୁଣି ବିଶ୍ୱାସ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri