Categories: ଖେଳ

ମୁଖ୍ୟ କୋଚ୍‌ଙ୍କ ଭିଡିଓ ଭାଇରାଲ

ମାଡ୍ରିଡ୍‌,୨୪ା୮(ପି.ଟି.): ଫିଫା ମହିଳା ବିଶ୍ୱକପ୍‌ରେ ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ସ୍ପେନ୍‌ ଫୁଟବଲ ଦଳର ପିଛା ଛାଡୁନି ବିବାଦ। ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଓ ଫୁଟବଲ ମହାସଂଘ ସଭାପତି ଲୁଇସ୍‌ ରୁବେଲଙ୍କ ଚୁମ୍ବନକୁ ନେଇ ବିବାଦ ଥମି ନ ଥିବା ବେଳେ ମୁଖ୍ୟ କୋଚ୍‌ଙ୍କ ଏକ ଭିଡିଓ ବୁଧବାର ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପେନ୍‌ ଫୁଟବଲ ଦଳର ମୁଖ୍ୟ କୋଚ୍‌ ଜର୍ଜ ଭିଲ୍ଡା ଜଣେ ମହିଳା ସହକାରୀ କୋଚ୍‌ଙ୍କ ଛାତିରେ ହାତ ମାରୁଥିବା ଦେଖିବାକୁ ମିଳିଛି। ଫାଇନାଲ ମ୍ୟାଚ୍‌ରେ ସ୍କୋର ହୋଇଥିବା ଏକମାତ୍ର ଗୋଲ ପରେ ଏହି ଘଟଣା ଦେଖିବାକୁ ମିଳିଥିଲା।

ଭିଲ୍ଡାଙ୍କ ୩ ସହଯୋଗୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଦୁଇ ଜଣ ମହିଳା। ୩ ଜଣଙ୍କୁ ସେ ଆଲିଙ୍ଗନ କରୁଥିବା ବେଳେ ମହିଳାଙ୍କ ଛାତିକୁ ଛୁଇଁଥିବାର ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ସ୍ପାନିଶ ଫୁଟବଲ ଫେଡେରେଶନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେବେ ଜେନ୍ନି ହର୍ମୋସୋ ମାମଲାରେ ସଭାପତି ଲୁଇସ୍‌ ରୁବେଲଙ୍କ ଇସ୍ତଫା ଦାବି କରିଛନ୍ତି କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌।

 

Share