Categories: ଜାତୀୟ

୨୭ରେ ଭାରତ ଆସିବେ ଆଫ୍‌ଗାନ ସେନା ମୁଖ୍ୟ

ନୂଆଦିଲ୍ଲୀ, ୨୧ା୭: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଦେଶର ସେନା ମୁଖ୍ୟ ମହମ୍ମଦ ଅହମଦ୍‌ଜାଇ ଆସନ୍ତା ୨୭ ତାରିଖରେ ଭାରତକୁ ୩ ଦିନିଆ ଗସ୍ତ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସାମରିକ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅହମଦ୍‌ଜାଇ ତାଙ୍କ ଭାରତ ପ୍ରତିପକ୍ଷ ଜେନେରାଲ ଏମ୍‌.ଏମ୍‌. ନରଓ୍ବାଣେ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Share