ଛାତ୍ରୀଙ୍କୁ ମାଡ଼ମାରି ଜେଲ ଗଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅ

ବରଗଡ଼ ଅଫିସ,୨୬।୨: ବରଗଡ଼ ସହର ଖଜୁରଟିକ୍ରାସ୍ଥିତ ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହେବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବରଗଡ଼ ଟାଉନ ଥାନା ପୋଲିସ ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ରଥଙ୍କ ପୁଅ ସ୍ବାଭିମାନ ଶତପଥୀଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୧୨୯/୨୩) ରୁଜୁ କରିଛି। ଅଭିଯୁକ୍ତ ସ୍ବାଭିମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।

ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନମ୍ବର-୭ ନଲିଆଖଣ୍ଡି ନିବାସୀ ଜୀବର୍ଦ୍ଧନ ଚନ୍ଦ୍ରାଙ୍କ ଝିଅ କବିତା ରାଧାମାଧବ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢୁଛନ୍ତି। ତେବେ ଶୁକ୍ରବାର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ସ୍ବାଭିମାନ ବିଦ୍ୟାଳୟକୁ ଆସିଥିଲେ। ସେଠାରେ ସେ ଛାତ୍ରୀ କବିତାଙ୍କୁ ପାଖକୁ ଡାକି ଲୁହାରଡ୍‌ରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ରଥଙ୍କୁ ନିଲମ୍ବନ କରିବା ପାଇଁ ଅଭିଭାବକ ସଂଘର ସଭାପତି ବିମଳ କୁମାର ଦାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାବାଞ୍ଜିରେ ଲଢିବା ଚକ୍ରାନ୍ତକୁ ନେଇ ମୁହଁ ଖୋଲିଲେ ନବୀନ, କହିଦେଲେ ଏତେ ବଡ଼ କଥା

ଭୁବନେଶ୍ୱର,୫।୧୧: ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ...

ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା/ସୁନିଲ କୁମାର ପଣ୍ଡା): ନିଜେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରି ରଚିଥିଲେ ନାଟକ। ସେ ଏଭଳି କାନ୍ଦି କାନ୍ଦି ଗଡ଼ୁଥିଲେ ଯେ ତାକୁ...

ନବୀନଙ୍କ ଗଡ଼ରେ ଚିରିଲେ ବିଜେଡି ପତାକା,ଥାନାରେ ଏତଲା

ହିଞ୍ଜିଳିକାଟୁ, ୫।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଏକ ପଦଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ଏଥିନିମନ୍ତେ ଦଳ ପକ୍ଷରୁ ସୋମବାର ରାତିରେ...

ମେଘନାଥ ପାଚେରିରେ ଫାଟ: ଅସନ୍ତୋଷ ଜାହିର କଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ; ପୂର୍ବ ସରକାରଙ୍କୁ ଟାର୍ଗେଟ କରି…

ପୁରୀ,୫।୧୧: ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ମଙ୍ଗଳବାର ମହାପ୍ରଭୁ...

ସ୍କୁଟିରୁ ମିଳିଲା ୨ ଲକ୍ଷ ୮୦ ହଜାର ଟଙ୍କା, ସ୍ବାସ୍ଥ୍ୟ ବିଭାଗ ବରିଷ୍ଠ ସହାୟକ ଗିରଫ

କେନ୍ଦୁଝର,୫।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ଗତକାଲି ସନ୍ଧ୍ୟାରେ ହୋଟେଲ ଅଜନ୍ତା ନିକଟରୁ ଟଙ୍କା ସହ ଧରିଥିବା ଏଡିପିଏଚ୍‌ଓ (ପରିବାର କଲ୍ୟାଣ)ଙ୍କ ଅଧିନରେ କାର୍ଯ୍ୟରତ ବରିଷ୍ଠ...

‘ଡାକ୍ତର ଫେରିଛି’ କ୍ଷୁଦ୍ର ଚଳଚ୍ଚିତ୍ରର ମହୁରତ

କେନ୍ଦୁଝର ୫।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଖମଣଗୋଡା ସାହି, ଗୋବିନ୍ଦପୁର ସ୍ଥିତ ପ୍ରୟାସ ସେବାଗ୍ରାମଠାରେ ଅବସ୍ଥିତ ଶିରିଡି ସାଇ ମନ୍ଦିରରେ କେନ୍ଦୁଝର ଡ୍ରାମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri