ମଧ୍ୟାହ୍ନଭୋଜନ ନ ମିଳିବାରୁ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରୀଛାତ୍ର: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ପୁୁରୁଷୋତ୍ତମପୁୁର,୧୪।୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କୁୁମାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗତ ୫ ତାରିଖରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ମିଳି ନ ଥିବା ପ୍ରତିବାଦ କରି ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ ଖରାରେ ବସି ଆନ୍ଦୋଳନ କରିଥିଲେ। ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଦୁଇଜଣଙ୍କୁ ନିଲମ୍ବିତ କରିବା ସହ ଦୁଇଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ଛାତ୍ରୀଛାତ୍ରଙ୍କ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହିଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଗୁରୁତର ସହ ନେଇ ଗତ ୬ ତାରିଖରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ପିଏମ୍‌ ପୋସନ ନୋଡାଲ ଅଫିସର ଗିରିଶଚନ୍ଦ୍ର ସିଂ ଗତ ୭ ତାରିଖରେ ଚିଠି ନଂ.୨୩୩ରେ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହାକୁ ନେଇ ଜିଲା ଶିକ୍ଷା ଅଧିକାରୀ ୭ ତାରିଖରେ ଚିଠି ନଂ.୩୨୦୯ରେ ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଭିତ୍ତି କରି ବ୍ଲକ ଶିକ୍ଷା ଅଧିକାରୀ ଏସ୍‌ ଗିରିଧାରୀ ଘଟଣାର ତଦନ୍ତ କରି କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି ଶାନ୍ତିଲତା ପାତ୍ରଙ୍କୁ ଚିଠି ନଂ.୪୭୮ରେ ବୁଧବାର ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷେ ପ୍ରଧାନ ଶିକ୍ଷୟତ୍ରୀ ଜୁଲାଇ ମାସରେ ଅବସର ନେଇଥାନ୍ତେ।

ଏଣୁ ସରକାରୀ ନିୟମ ଅନସାରେ ପ୍ରଧାନ ଶିକ୍ଷୟତ୍ରୀ ଅବସରର ୬ମାସ ପୂର୍ବରୁ ବିଦ୍ୟାଳୟର ବରିଷ୍ଟ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାର ନିୟମ ରହିଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଅନ୍ୟପକ୍ଷେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଥ୍ୟାରେ ବ୍ଲକଶିକ୍ଷା ଅଧିକାରୀଙ୍କ ପରିଚୟ ଦେଇ ଫୋନ କରିବା ଘଟଣାରେ ଅନ୍ତରିଗାଁ ପ୍ରାଥମିକ ବିଦ୍ୟାଳୟର ସହକାରୀଶିକ୍ଷକ ନିନ୍ୟାନନ୍ଦ ବେହେରାଙ୍କୁ ଚିଠି ନଂ.୪୮୩ରେ ନିଲମ୍ବିତ କରାଯାଇଛି।

ଏହାସହ ଏହି ଘଟଣାରେ ଭିଡିଓ ସୋସିଆଲ ମିଡ଼ିଆ ଗ୍ରୁପରେ ପଠାଇଥିବା ନେଇ ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପିଅନ ଗ୍ରୀଷ୍ମକାନ୍ତ ତ୍ରୀପାଠୀଙ୍କୁ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୀମାଞ୍ଚଳ ରଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୩ଜଣ ଶିକ୍ଷକଙ୍କୁ ତାଗିତ କରାଯାଇଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ଏସ୍‌ ଗିରିଧର ସୂଚନା ଦେଇଛନ୍ତି। ଏପରିକି ସମସ୍ତ ତଦନ୍ତ ରିପୋର୍ଟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ପଠାଯାଇ ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

ପାଣିରେ ବୁଡ଼ି ଚାଲିଗଲା ଭଉଣୀ, ଭାଇଙ୍କ ଜୀବନ

ସାଲେପୁର,୨୬।୪: କଟକ ଜିଲା ନିଶ୍ଚିନ୍ତକୋଇଲି ରାମକୃଷ୍ଣପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ପୋଖରୀରେ ବୁଡ଼ି ୨ ଭଉଣୀ ଭାଇଙ୍କ ମୃତ୍ୟୁ ଘଟିଛି।...

Passport Apply: ଅନ୍‌ଲାଇନ୍‌ରେ ପାସପୋର୍ଟ ପାଇଁ କିଭଳି କରିବେ ଆବେଦନ? କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିର ଡିଜିଟାଲ ଯୁଗରେ, ପାସପୋର୍ଟ କରିବା ବହୁତ ସହଜ ହୋଇଯାଇଛି। କାରଣ ଜଣେ ଘରେ ବସି ଅନଲାଇନ୍‌ରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଏଠାରେ...

MEAର ସ୍ପଷ୍ଟିକରଣ, ବୈଧ ରହିବ ଦୀର୍ଘକାଳିନ ଭିଜା

ନୂଆଦିଲ୍ଲୀ,୨୬।୪: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ...

White Houseରେ ତୁତୁମେମେ ପରେ ପ୍ରଥମ ଥର ଭେଟିଲେ ଟ୍ରମ୍ପ-ଜେଲନସ୍କି, କ’ଣ କଥାହେଲେ ଜାଣନ୍ତୁ…

ଭାଟିକାନ ସିଟି,୨୬।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚିଥିଲେ। ଶନିବାର ଭାଟିକାନ ସିଟିରେ...

ବଜାରକୁ ଆସିଲା Royal Enfieldର ସବୁଠୁ ଶସ୍ତା ବାଇକ୍‌, କ୍ଲାସିକ୍‌ ୩୫୦କୁ ଦେବ ଟକ୍କର  

ନୂଆଦିଲ୍ଲୀ,୨୬।୪: ବାଇକ ଚାଳକଙ୍କ ମଧ୍ୟରେ ଡୁଗ୍‌-ଡୁଗ୍‌ ସାଉଣ୍ଡ ପାଇଁ ଜଣାଶୁଣା କମ୍ପାନୀ ରୟାଲ ଏନଫିଲ୍ଡ ଏହାର ସବୁଠାରୁ ଶସ୍ତା ବାଇକ ଲଞ୍ଚ କରିଛି। ଏହାର ଏକ୍ସ-ସୋରୁମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image