Categories: ଜାତୀୟ

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦିଙ୍କ ସମେତ ଜି-୨୦ଦେଶର ରାଷ୍ଟ୍ର ମୁଖ୍ୟ

ନୂଆଦିଲ୍ଲୀ,୧୦।୯: ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ବିଭିନ୍ନ ଦେଶର ରାଷ୍ଟ୍ରନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ଶନିବାର ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଛି। ଦ୍ୱିତୀୟ ଦିନରେ ସମସ୍ତ ରାଜନେତା ଦିଲ୍ଲୀର ରାଜଘାଟରେ ଏକାଠି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ପିପୁଲ୍ସ ରିପବ୍ଲିକର ଚାଇନାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, ଋଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ଏବଂ ଅନ୍ୟ ରାଷ୍ଟ୍ର ମୁଖ୍ୟମାନେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Share