କୋଭିଡ୍-୧୯ ମହାମାରୀ ମଧ୍ୟରେ ଏକ ଖୁସି ଖବର। ପଶ୍ଚିମବଙ୍ଗ ସରକାର ଏପରି ଏକ ମିଠା ପ୍ରସ୍ତୁତ କରୁଛନ୍ତି ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଏହି ‘ସନ୍ଦେଶ’ଖୁବ୍ଶୀଘ୍ର ବଜାରରେ ମିଳିବ। ଗାଇ କ୍ଷୀରରେ ତିଆରି ଛେନାରେ ସୁନ୍ଦରବନ ମହୁକୁ ମିଶ୍ରଣ କରି ‘ଆରୋଗ୍ୟ ସନ୍ଦେଶ ’ ନାମକ ଏକ ମିଠା ତିଆରି କରାଯିବ। ଏଥିରେ ତୁଳସୀ ଅର୍କ ମଧ୍ୟ ମିଶ୍ରଣ କରାଯିବ। ତେବେ ସ୍ବାଦ ବଢ଼ାଇବା ପାଇଁ ଏଥିରେ କୌଣସି କ୍ରୁତ୍ରିମ ସ୍ବାଦ ମିଶ୍ରଣ କରାଯିବ ନାହିଁ ବୋଲି କୁହାଯାଉଛି। ଏହି ‘ଆରୋଗ୍ୟ ସନ୍ଦେଶ’ ପଶ୍ଚିମବଙ୍ଗରେ ବିକ୍ରି ହେବ।
ଏହି ସନ୍ଦେଶ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ। ମାତ୍ର ଏହା କୋଭିଡ-୧୯କୁ ଠିକ୍ କରିବ ନାହିଁ। ଆଗାମୀ ୨ ମାସ ମଧ୍ୟରେ ଏହି ସନ୍ଦେଶ ବଜାରରେ ମିଳିବ। ଏହାର ମୂଲ୍ୟ ସାଧାରଣ ଲୋକ କିଣିବା ପରି ରହିବ ବୋଲି ମନ୍ତ୍ରୀ ମାନ୍ତୁରାମ ପଖୀରା କହିଛନ୍ତି।