ତିର୍ତ୍ତୋଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କଂଗ୍ରେସର ପ୍ରତିବାଦ

ବିରିଡି,୮।୮(ପ୍ରଶାନ୍ତ କୁମାର ରାଉତ): ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଯଥା ମଣିଜଙ୍ଗା, ରଘୁନାଥପୁର ଓ ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ପ୍ରତିବାଦରେ ସୋମବାର ବିରିଡି ସିଏଚ୍‌ସି ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ା କଂଗ୍ରେସ ନେତା ଇଂ.ହିମାଂଶୁ ଭୂଷଣ ମଲ୍ଲିକଙ୍କ ଡାକରାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିରିଡି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର ସଭାପତିତ୍ୱ କରିଥିଲେ। ଏହି ଅବସରରେ ମଲ୍ଲିକ କହିଥିଲେ, କିଛିଦିନ ତଳେ ତାଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ମଣିଜଙ୍ଗା, ରଘୁନାଥପୁର ଓ ବିରିଡି ସିଏଚ୍‌ସି ଗସ୍ତ କରିଥିଲେ ା ବିରିଡି ସିଏଚ୍‌ସିରେ ଭେଷଜ, ଶଲ୍ୟ ବିଭାଗ, ବିଶେଷଜ୍ଞ ପଦବୀ ସହ ୨ଟି ଏମ୍‌ବିବିଏସ୍‌ ଡାକ୍ତର ଆବଶ୍ୟକ।
ଜନ୍ମ ମୃତ୍ୟୁ ପଞ୍ଜୀକରଣ ପାଇଁ କୌଣସି ଅଧିକାରୀ ନାହାନ୍ତି, ଯେଉଁଥିପାଇଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏଠାରେ ଡାକ୍ତର ବସିବା ପାଇଁ ଛାତ ଘରଟିଏ ମଧ୍ୟ ନାହିଁ ା ଟିଣ ଘରେ ଡାକ୍ତର ବସି ଚିକିତ୍ସା କରୁଛନ୍ତି ା ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଗୃହକୁ ଛାତ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ା ଉକ୍ତ ପ୍ରତିବାଦ ସଭାରେ କୁହାଯାଇଛି, ମଣିଜଙ୍ଗା ସିଏଚ୍‌ସିରେ ଶିଶୁରୋଗ, ଭେଷଜ ଓ ଶଲ୍ୟ ବିଭାଗରେ ବିଶେଷଜ୍ଞ ନାହାନ୍ତି ା ଅପରପକ୍ଷେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଥିବା ଡାକ୍ତରଙ୍କୁ ଡାକ୍ତରଖାନାର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ା ଏଣୁ ସେ ତାଙ୍କ ବିଭାଗ କାର୍ଯ୍ୟ ଠିକ୍‌ଭାବେ ତୁଲାଇ ପାରୁନାହାନ୍ତି ା ଏଠାରେ ଆବଶ୍ୟକତାଠାରୁ କମ୍‌ ନର୍ସ କାମ କରୁଛନ୍ତି। ଫଳରେ ରୋଗୀମାନେ ଠିକ୍‌ ଭାବେ ସେବା ପାଇପାରୁନାହାନ୍ତି ା ରଘୁନାଥପୁର ସିଏଚ୍‌ସିରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି। ଏଠାରେ ମଧ୍ୟ ସ୍ତ୍ରୀ ଓ ପ୍ରସୂତି, ଭେଷଜ ଓ ଶଲ୍ୟ ବିଭାଗରେ ବିଶେଷଜ୍ଞ ନ ଥିବାବେଳେ ରୋଗୀ ସଂଖ୍ୟା ଅନୁସାରେ କୋଠରି ନାହିଁ ା ଏଥିପାଇଁ ରୋଗୀମାନେ ଅନେକ ସମୟରେ ଅସୁବିଧାରେ ପଡ଼ୁଛନ୍ତି ା କୌଣସି ସିଏଚ୍‌ସିରେ ଇସିଜିି, ଏକ୍ସରେ, ଅଲଟ୍ରାସାଉଣ୍ଡ ମେଶିନ ନାହିଁ ା ଫଳରେ ରୋଗୀମାନେ ବାଧ୍ୟ ହୋଇ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ା ସିଏଚସି ପରିସରରେ ଥିବା ନିରାମୟ କେନ୍ଦ୍ରକୁ ୨୪ଘଣ୍ଟିଆ ଖୋଲିବା ପାଇଁ ଦାବି କରାଯାଇଛି ା ଓଷଧଗୁଡିକର ଗୁଣବତ୍ତା ନିୟମିତ ବ୍ୟବଧାନରେ ନିରୀକ୍ଷଣ କରାଯିବା ସହ ଡାକ୍ତର ଖାନାକୁ ଆସୁଥିବା ରୋଗୀମାନଙ୍କୁ କର୍ମଚାରୀମାନେ ଭଲ ବ୍ୟବହାର କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏସବୁ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଏଥିରେ ଆଇନଜୀବୀ ଦୀପକ ପଶାୟତ, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନୀହାର ରଞ୍ଜନ ନାୟକ, ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା, ମନମୋହନ ଗୋଚ୍ଛାୟତ, ବିରିଡି ବ୍ଲକ ମହିଳା କଂଗ୍ରେସ ସଭାପତି ଅନିତା ମିଶ୍ର, ରଘୁନାଥପୁର ବ୍ଲକ ମହିଳା କଂଗ୍ରେସ ସଭାପତି ସ୍ବପ୍ନାରାଣୀ ଦାସ, ବଡଖଣ୍ଡାଏତା ସରପଞ୍ଚ ବେବିନା ମଲ୍ଲିକ, ହାଜିପୁର ସରପଞ୍ଚ ଆରତୀ ଭୂୟାଁ, ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ଯୋଗଦେଇଥିଲେ। ଶେଷରେ କିଶୋର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

‘ଆତଙ୍କବାଦୀଙ୍କ ପାଖରେ ଏତେ ସମୟ ନ ଥିଲା ଯେ ସେମାନେ ଧର୍ମ ପଚାରି…’, କାହିଁକି ଏମିତି ବୟାନ ଦେଲେ କଂଗ୍ରେସ ନେତା?

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଲୋକଙ୍କ...

ସୁନାଠାରୁ ବି ଅଧିକ ମୂଲ୍ୟବାନ ଏହି ପରିବା

ହପ ସୁଟ ହେଉଛି ହପ ଗଛ (ହୁମୁଲସ ଲୁପୁଲସ) ଖାଦ୍ୟ ଉପଯୋଗୀ ଏବଂ ଔଷଧୀୟ ପ୍ରୟୋଗରେ ଏକ ମୂଲ୍ୟବାନ ଉପାଦାନ। ହପ ସୁଟ ଏହାର ସ୍ବତନ୍ତ୍ର...

ରାଜ୍ୟରେ ସୃଷ୍ଟି ହେଉନାହାନ୍ତି ଅନ୍ନଦାତା

ଭୁବନେଶ୍ୱର,୨୮ା୪(ରବିନାରାୟଣ ଜେନା): ରାଜ୍ୟରେ କୃଷକ ଏବଂ କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ୍‌ କରାଯିବା ସହିତ ଗୃହରେ ପ୍ରତିବର୍ଷ ସ୍ବତନ୍ତ୍ର...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

ମନଇଚ୍ଛା ଲାଗିପାରିବନି ଜାତୀୟ ଚିହ୍ନ

ଭୁବନେଶ୍ୱର,୨୮ା୪ (ରବିନାରାୟଣ ଜେନା): ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ...

ଭାରତକୁ ଚେତାବନୀ ଦେଲେ ପନ୍ନୁ: କହିଲେ, ଆମେ ପାକିସ୍ତାନ ସହ ଅଛୁ

ଓ୍ବାଶିଂଟନ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପାକିସ୍ତାନକୁ ସମର୍ଥନ କରିଛନ୍ତି। ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଭାରତର ସାହସ...

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image