ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଧାରଣା ଦେଲେ ପଞ୍ଚାୟତବାସୀ

ଲାଞ୍ଜିଗଡ଼,୨୦।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ ନିୟମିତ ରହୁ ନ ଥିବା ଅଭିଯୋଗରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଆଗରେ ଆସି ଧାରଣା ଦେଇଛନ୍ତି କୁମଖାଲ ପଞ୍ଚାୟତବାସୀ I କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକର ଅନେକ ଗୁଡିଏ ଗାଁରେ ଶିକ୍ଷା,ସ୍ବାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ଅନେକ ଗୁଡିଏ ସମସ୍ୟା ରହିଛି,ଯାହା ଫଳରେ ଆଦିବାସୀଙ୍କ ସରଳତାର ଫାଇଦା ନେଇ କିଛି ଦାୟିତ୍ୱହୀନତା କର୍ମଚାରୀମାନଙ୍କ ଯୋଗୁ ସରକାରଙ୍କ ମୌଳିକ ସୁବିଧା ପାଇ ପାରୁନାହାନ୍ତି ଦୁର୍ଗମ ଅଞ୍ଚଳର ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପ କେନ୍ଦ୍ରରେ। ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ ପ୍ରତିମା ବାଗ ନିୟମିତ ରହୁ ନ ଥିବା ଯୋଗୁ ଅଞ୍ଚଳରେ ଲୋକେ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ରହି ୧୨ କି:ମି.ଦୂରରେ ଥିବା ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ହିଁ ନିର୍ଭର କରିଥାନ୍ତି। ଏହାକୁ ପ୍ରତିବାଦ କରି ବନ୍ଦ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ର ଆଗରେ ଆସି ଧାରଣା ଦେଇଛନ୍ତି କୁମଖାଲ ପଞ୍ଚାୟତବାସୀ। ଏମାନଙ୍କ କହିବା ଅନୁସାରେ ସ୍ବାସ୍ଥ୍ୟକର୍ମୀ କେବଳ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଲୋକଙ୍କୁ ଦେଖା ଦିଅନ୍ତି।
ଅନ୍ୟ ସମୟରେ କେତେବେଳେ କେନ୍ଦ୍ରକୁ ଆସି କେତେବେଳେ ଯାଆନ୍ତି ତାଙ୍କୁ ହିଁ ଜଣା ସଦ ସର୍ବଦା କେନ୍ଦ୍ରରେ ତାଲା ଝୁଲିଥାଉଛି ବୋଲି ଅଞ୍ଚଳ ଲୋକେ ମତପ୍ରକାଶ କରିଛନ୍ତି। ଉକ୍ତ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜସ୍ବ ଗୃହଠୁ ଆରମ୍ଭ କରି ପାନୀୟ ଜଳ, ବିଜୁଳି, ମୋବାଇଲ ନେଟୱାର୍କ ଭଳି ସମସ୍ତ ପ୍ରକାର ସୁବିଧା ରହିଥିଲେ ମଧ୍ୟ କେଉଁ କାରଣରୁ ସ୍ବାସ୍ଥ୍ୟକର୍ମୀ ଓ ସିଏଚଓ ରହୁନାହାନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି। ଏପଟେ ବର୍ତମାନ ଶିତ ସମୟ ଚାଲିଥିବା ବେଳେ ସାମାନ୍ୟ ଥଣ୍ଡାଜ୍ୱର ତଥା ଖାସ ସର୍ଦ୍ଦି ହେଲେ ମଧ୍ୟ ନିକଟସ୍ତ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ମିଳିପାରୁନାହିଁ। ଶିଶୁ, ଗର୍ଭବତୀ, ପ୍ରସୂତି ମହିଳା, ଗୁରୁତର ରୋଗୀ, ବୃଦ୍ଧବୃଦ୍ଧା ମାନେ ପ୍ରାଥମିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବାବେଳେ ସରକାରଙ୍କ ମାଗଣା ଔଷଧ ରୋଗୀଙ୍କୁ କେବେ ମଧ୍ୟ ଦିଆ ଯାଉ ନ ଥିବା ବେଳେ ଔଷଧ ସବୁ କୁଆଡେ ଯାଉଛି ବୋଲି ପ୍ରଶ୍ନ କରିବା ସହ ବ୍ଳକ ମୁଖାଳୟ ବିଶ୍ୱନାଥପୁର ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଲୋକେ ପ୍ରକାଶ କରିଛନ୍ତି।
ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ବର୍ଷ ତମାମ ଅନୁପସ୍ଥିତି ରହୁଥିବା ଲୋକଙ୍କ ଅଭିଯୋଗ ହେଉଥିବାବେଳେ ସ୍ବାସ୍ଥ୍ୟକର୍ମୀ ଓ ସିଏଚଓ କିପରି ଭାବେ ତାଙ୍କର ଉପରିସ୍ଥ ଅଧିକାରୀ ତଥା ସରକାରଙ୍କୁ ଉପସ୍ଥିତର ତଥ୍ୟ ପ୍ରଦାନ କରୁଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ଜିଲା ସ୍ବାସ୍ଥ୍ୟ ବିଭାଗ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ କୁମଖାଲ ପଞ୍ଚାୟତବାସୀ ଦାବି କରିଛନ୍ତି। ଏନେଇ ବିଶ୍ୱନାଥପୁର ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କାଙ୍କୁ ପଚାରିବାରୁ ଦାଇତ୍ ରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ହାତ ଭାଙ୍ଗି ଯିବା ଯୋଗୁ ଏକ ମାସ ଛୁଟିରେ ଥିଲା। ସେଇ ସ୍ବାସ୍ଥ୍ୟକର୍ମୀଙ୍କ ସ୍ଥାନରେ ତ୍ରିଲୋଚନପୁର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦାୟିତ୍ୱ ଦିଆଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା ସେ ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର

ବୌଦ୍ଧ,୨୦।୧୨(ଅଜିତ୍‌ ବାରିକ): ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୌଦ୍ଧ ଜିଲାର ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର...

ଅମିତ ଶାହାଙ୍କ ଇସ୍ତଫା ଦାବି କରି ଯୁବ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର,୨୦ା୧୨(ସୁନୀଲ କୁମାର ମହାନ୍ତି): କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ ଆକ୍ରମଣ ଓ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ...

ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ପିକଅପ୍‌: ଚାଲିଗଲା ଜଣଙ୍କ ଜୀବନ, ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଚିତ୍ର

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ବନ୍ଧୋପଲା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

‘ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରି ବିଦ୍ୟାଳୟର ମାନ ବୃଦ୍ଧି କରିଛନ୍ତି ଛାତ୍ରୀଛାତ୍ର’

ଦାରିଙ୍ଗବାଡ଼ି,୨୦ା୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ପ୍ରାରମ୍ଭ -୨୦୨୪ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାରଣାଙ୍କ ସଭାପତିତ୍ୱରେ...

ଟିକେଟ୍‌ ଯାଞ୍ଚ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ଟିଟିଇ, ଜିଆରପି ପହଞ୍ଚିଲା ବେଳକୁ…

ଟିଟିଲାଗଡ଼,୨୦ା୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନ୍ଦେ ଭାରତ ଏକ୍ସପ୍ରେସରୁ ଶୁକ୍ରବାର ଜଣେ କାର୍ଯ୍ୟରତ ଟିଟିଇଙ୍କ ମୃତଦେହ ଜବତ କରିଛି ଟିଟିଲାଗଡ଼ ଜିଆରପି। ଟିଟିଇ ଜଣକ...

ଲଘୁଚାପ ବର୍ଷା: ବିଲରୁ ଧାନ ଉଠାଇବାରେ ବ୍ୟସ୍ତ ଚାଷୀ

ଭୁବନେଶ୍ୱର,୨୦।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ଶୁକ୍ରବାର...

  ନାବାଳିକାଙ୍କୁ ପୁରୁଷ ବନ୍ଧୁଙ୍କ ସହ ୩ ଜଣ ଟେକିନେଇ ୩ ଦିନ କଲେ ଗଣବଳାତ୍କାର

ରାଉରକେଲା,୨୦।୧୨: ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ୩ ଧରି ଗଣବଳାତ୍କାର  ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି  ରାଉରକେଲାରେ । ନାବାଳିକାଙ୍କୁ ରାସ୍ତାରୁ ଉଠାଇ...

ଦାରିଙ୍ଗବାଡ଼ିରେ ଲଘୁଚାପର ପ୍ରଭାବ: ଝିପିଝିପି ବର୍ଷା ସହ କୋହଲା ପବନ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଗୁରୁବାର ପାଗ ମେଘୁଆ ସହ କୋହଲା ପବନ ବୋହୁଥିଲା। ବିଳମ୍ବିତ ରାତିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri