Advertisement

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଧାରଣା ଦେଲେ ପଞ୍ଚାୟତବାସୀ

ଲାଞ୍ଜିଗଡ଼,୨୦।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ ନିୟମିତ ରହୁ ନ ଥିବା ଅଭିଯୋଗରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଆଗରେ ଆସି ଧାରଣା ଦେଇଛନ୍ତି କୁମଖାଲ ପଞ୍ଚାୟତବାସୀ I କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ବ୍ଲକର ଅନେକ ଗୁଡିଏ ଗାଁରେ ଶିକ୍ଷା,ସ୍ବାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ଅନେକ ଗୁଡିଏ ସମସ୍ୟା ରହିଛି,ଯାହା ଫଳରେ ଆଦିବାସୀଙ୍କ ସରଳତାର ଫାଇଦା ନେଇ କିଛି ଦାୟିତ୍ୱହୀନତା କର୍ମଚାରୀମାନଙ୍କ ଯୋଗୁ ସରକାରଙ୍କ ମୌଳିକ ସୁବିଧା ପାଇ ପାରୁନାହାନ୍ତି ଦୁର୍ଗମ ଅଞ୍ଚଳର ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପ କେନ୍ଦ୍ରରେ। ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ ପ୍ରତିମା ବାଗ ନିୟମିତ ରହୁ ନ ଥିବା ଯୋଗୁ ଅଞ୍ଚଳରେ ଲୋକେ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ରହି ୧୨ କି:ମି.ଦୂରରେ ଥିବା ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ହିଁ ନିର୍ଭର କରିଥାନ୍ତି। ଏହାକୁ ପ୍ରତିବାଦ କରି ବନ୍ଦ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ର ଆଗରେ ଆସି ଧାରଣା ଦେଇଛନ୍ତି କୁମଖାଲ ପଞ୍ଚାୟତବାସୀ। ଏମାନଙ୍କ କହିବା ଅନୁସାରେ ସ୍ବାସ୍ଥ୍ୟକର୍ମୀ କେବଳ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଲୋକଙ୍କୁ ଦେଖା ଦିଅନ୍ତି।
ଅନ୍ୟ ସମୟରେ କେତେବେଳେ କେନ୍ଦ୍ରକୁ ଆସି କେତେବେଳେ ଯାଆନ୍ତି ତାଙ୍କୁ ହିଁ ଜଣା ସଦ ସର୍ବଦା କେନ୍ଦ୍ରରେ ତାଲା ଝୁଲିଥାଉଛି ବୋଲି ଅଞ୍ଚଳ ଲୋକେ ମତପ୍ରକାଶ କରିଛନ୍ତି। ଉକ୍ତ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜସ୍ବ ଗୃହଠୁ ଆରମ୍ଭ କରି ପାନୀୟ ଜଳ, ବିଜୁଳି, ମୋବାଇଲ ନେଟୱାର୍କ ଭଳି ସମସ୍ତ ପ୍ରକାର ସୁବିଧା ରହିଥିଲେ ମଧ୍ୟ କେଉଁ କାରଣରୁ ସ୍ବାସ୍ଥ୍ୟକର୍ମୀ ଓ ସିଏଚଓ ରହୁନାହାନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି। ଏପଟେ ବର୍ତମାନ ଶିତ ସମୟ ଚାଲିଥିବା ବେଳେ ସାମାନ୍ୟ ଥଣ୍ଡାଜ୍ୱର ତଥା ଖାସ ସର୍ଦ୍ଦି ହେଲେ ମଧ୍ୟ ନିକଟସ୍ତ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ମିଳିପାରୁନାହିଁ। ଶିଶୁ, ଗର୍ଭବତୀ, ପ୍ରସୂତି ମହିଳା, ଗୁରୁତର ରୋଗୀ, ବୃଦ୍ଧବୃଦ୍ଧା ମାନେ ପ୍ରାଥମିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବାବେଳେ ସରକାରଙ୍କ ମାଗଣା ଔଷଧ ରୋଗୀଙ୍କୁ କେବେ ମଧ୍ୟ ଦିଆ ଯାଉ ନ ଥିବା ବେଳେ ଔଷଧ ସବୁ କୁଆଡେ ଯାଉଛି ବୋଲି ପ୍ରଶ୍ନ କରିବା ସହ ବ୍ଳକ ମୁଖାଳୟ ବିଶ୍ୱନାଥପୁର ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଲୋକେ ପ୍ରକାଶ କରିଛନ୍ତି।
ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ବର୍ଷ ତମାମ ଅନୁପସ୍ଥିତି ରହୁଥିବା ଲୋକଙ୍କ ଅଭିଯୋଗ ହେଉଥିବାବେଳେ ସ୍ବାସ୍ଥ୍ୟକର୍ମୀ ଓ ସିଏଚଓ କିପରି ଭାବେ ତାଙ୍କର ଉପରିସ୍ଥ ଅଧିକାରୀ ତଥା ସରକାରଙ୍କୁ ଉପସ୍ଥିତର ତଥ୍ୟ ପ୍ରଦାନ କରୁଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ଜିଲା ସ୍ବାସ୍ଥ୍ୟ ବିଭାଗ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ କୁମଖାଲ ପଞ୍ଚାୟତବାସୀ ଦାବି କରିଛନ୍ତି। ଏନେଇ ବିଶ୍ୱନାଥପୁର ମେଡ଼ିକାଲ ଅଫିସର ଭବାନୀ ଶଙ୍କର ଲେଙ୍କାଙ୍କୁ ପଚାରିବାରୁ ଦାଇତ୍ ରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ହାତ ଭାଙ୍ଗି ଯିବା ଯୋଗୁ ଏକ ମାସ ଛୁଟିରେ ଥିଲା। ସେଇ ସ୍ବାସ୍ଥ୍ୟକର୍ମୀଙ୍କ ସ୍ଥାନରେ ତ୍ରିଲୋଚନପୁର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦାୟିତ୍ୱ ଦିଆଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା ସେ ପ୍ରକାଶ କରିଥିଲେ।

 

Share