ଓଏମ୍‌ବିଏଡିସିରେ ସ୍ବାସ୍ଥ୍ୟସେବା ଦିଗହରା

ଯାଜପୁର,୨୦ା୬(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ସ୍ବାସ୍ଥ୍ୟସେବା କ୍ଷେତ୍ରର ବିକାଶ ଦିଗରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ପାଣ୍ଠିର ବିନିଯୋଗ ଅତି ନୈରାଶ୍ୟଜନକ ରହିଛି। ଫଳରେ ସୁକିନ୍ଦା ଖଣି ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବା ସହ ବ୍ୟାସନଗର ସହରରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଶ୍ରୁତି ସ୍ବପ୍ନ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାସିକ ଅଗ୍ରଗତି ରିପୋର୍ଟ(ଏମ୍‌ପିଆର)ରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ସୁଦ୍ଧା ଯାଜପୁର ଜିଲା ସ୍ବାସ୍ଥ୍ୟ ବିଭାଗକୁ ଓଏମ୍‌ବିଏଡିସି ପାଣ୍ଠିରୁ ୧୨ କୋଟି ୩୯ ଲକ୍ଷ ୬୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ହେଲେ ବିଡମ୍ବନା ଯେ, ମାତ୍ର ୩ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସେଥିରୁ ୨ କୋଟି ୯୨ ଲକ୍ଷ ଟଙ୍କାର ବିନିଯୋଗ ପତ୍ର ଦାଖଲ ହୋଇଛି। ଅଧିକାଂଶ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ରହିଥିବା ପୂର୍ତ୍ତ ବିଭାଗର ଅବହେଳା ଯୋଗୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବିଭାଗୀୟ ସମୀକ୍ଷା ବୈଠକର ବିବରଣୀ ଅନୁସାରେ ଜିଲା ସଦର ଡାକ୍ତରଖାନାରେ ୧୦ଟି ଲେଖାଏଁ ଇ-ଟାଇପ କ୍ୱାର୍ଟର୍ସ ନିର୍ମାଣ ପାଇଁ ଚିହ୍ନଟ ଜମି ଅତି ଖାଲୁଆ ହୋଇଥିବାରୁ ମଞ୍ଜୁର ଓଏମ୍‌ବିଏଡିସି ପାଣ୍ଠିକୁ ଫେରାଇ ନିଆଯାଇଛି।
ସୁପ୍ରିମକୋର୍ଟ ୨୦୧୭ରେ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ଗଠିତ ହୋଇଛି। ଏହି ପାଣ୍ଠିରେ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାର ପାନୀୟ ଜଳ ଯୋଗାଣ, ଶିକ୍ଷା(ପ୍ରଶିକ୍ଷଣ ଏବଂ କୌଶଳ ବିକାଶ), ସ୍ବାସ୍ଥ୍ୟ(ଅଙ୍ଗନବାଡ଼ି କେନ୍ଦ୍ର ସମେତ), ଜୀବନ ଜୀବିକା, ଗ୍ରାମ୍ୟ ସଂଯୋଗୀକରଣ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ଆଦି କ୍ଷେତ୍ରର ବିକାଶ ପାଇଁ ଅର୍ଥ ମଞ୍ଜୁର କରାଯାଉଛି। ଏହି କ୍ରମରେ ସମୀକ୍ଷା ବୈଠକର ବିବରଣୀ ରିପୋର୍ଟ ଅନୁସାରେ ଯାଜପୁର ଜିଲାର କେବଳ ପୂର୍ତ୍ତ ବିଭାଗ(ଆର ଏଣ୍ଡ ବି) ଦ୍ୱାରା ମାତ୍ର ୭ଟି ସ୍ବାସ୍ଥ୍ୟ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିରେ ପାଣିକୋଇଲି ପୂର୍ତ୍ତ ଡିଭିଜନ ପକ୍ଷରୁ ଦାନଗଦି ସିଏଚ୍‌ସି ପରିସରରେ ୩ଟି ଷ୍ଟାଫ୍‌ କ୍ୱାର୍ଟର୍ସ, ସୁକିନ୍ଦା ସିଏଚ୍‌ସିରେ ମୋଡୁଲାର ଆଇସିୟୁ, ଭିଜନ ସେଣ୍ଟର, ମୋଡୁଲାର ଓଟି ଓ ସିଏସ୍‌ଏସ୍‌ଡି ସମେତ ୩ଟି ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣାଧୀନ ରହିଛି। ସେହିପରି ରସୁଲପୁର ବ୍ଲକ ମଧୁବନ ସିଏଚ୍‌ସିର ନୂତନ ବିଲଡିଂ ଓ ଧର୍ମଶାଳା ସିଏଚ୍‌ସିର ନୂତନ ଓପିଡି ବିଲ୍ଡିଂ ନିର୍ମାଣାଧୀନ ରହିଛି। ଏହାବାଦ୍‌ ଚାରବାଟିଆ ପୂର୍ତ୍ତ ଡିଭିଜନ ଅଧୀନରେ ବଡ଼ଚଣା ସିଏଚ୍‌ସିର ପ୍ରଶାସନିକ ଗୃହ ଓ ୨ଟି ଡି-ଟାଇପ୍‌ ଗୃହ ନିର୍ମାଣାଧୀନ ରହିଛି। ପାଣିକୋଇଲି ପୂର୍ତ୍ତ ଡିଭିଜନ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡିକ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ଏବଂ ଚାରବାଟିଆ ଡିଭିଜନ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡିକ ଚଳିତ ମାସ ଶେଷ ସୁଦ୍ଧା ସରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ୍‌ ଜିଲା ସଦର ଡାକ୍ତରଖାନାର ଡ୍ରଗ୍‌ ଓ୍ବାର ହାଉସର ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ସେହିପରି ୧୫୦ ଶଯ୍ୟା ବିଶିଷ୍ଟ ଯାଜପୁର ମେଡିକାଲ କଲେଜ ହସ୍‌ପିଟାଲ ପାଇଁ ୩ୟ ଓ ଶେଷ ପର୍ଯ୍ୟାୟରେ ୧୯.୫୯ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି। ଜିଲାରେ ଓଏମ୍‌ବିଏଡିସି ପାଣ୍ଠିରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାତ୍ର ଏତିକି ପ୍ରକଳ୍ପ ହାତକୁ ନିଆଯାଇଛି। ଜିଲାର ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାକୁ ଅବଲୋକନ କଲେ ଜିଲାର ବିକାଶ କେତେ ତାହା ସ୍ପଷ୍ଟ ମନେ ହେଉଛି ା ଏହାବାଦ୍‌ ଆଦିବାସୀ ଏବଂ ଖଣି ପ୍ରଭାବିତ ଅଞ୍ଚଳ ସୁକିନ୍ଦା ବ୍ଲକରେ ମଧ୍ୟ ସ୍ବାସ୍ଥ୍ୟସେବାର ବିକାଶ ସେତେଟା ହୋଇ ପାରିନାହିଁ। ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗରରେ ସ୍ବାସ୍ଥ୍ୟସେବାକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ଥିବା ଏହି ସହରର ଲୋକ ସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷକୁ ଟପିଲାଣି। ଦିନକୁ ଦିନ ସହରର ନବ କଳେବର ବୃଦ୍ଧି ପାଉଛି। ହେଲେ ସହରବାସୀଙ୍କ ସମେତ ଆଖପାଖ ଅଞ୍ଚଳବାସୀ ୩୦ ଶଯ୍ୟା ବିଶିଷ୍ଟ ଏକ ସିଏଚ୍‌ସି ଉପରେ କେବଳ ନିର୍ଭରଶୀଳ। ଗତ ଦୁଇ ଦଶନ୍ଧି ହେଲା ୧୦୦ ବେଡ ବିଶିଷ୍ଟ ସୁପର ସ୍ପେଶିଆଲିଟି କିମ୍ବା ଉପଖଣ୍ଡସ୍ତରୀୟ ଡାକ୍ତରଖାନା ରାଜନୈତିକ ନେତାଙ୍କ ଭାଷଣବାଜିରେ ସୀମିତ ରହିଛି। ଫଳରେ ଅଧିକାଂଶ ରୋଗୀ ବେସରକାରୀ ଡାକ୍ତରଖାନା ଏବଂ ଔଷଧ ଦୋକାନଗୁଡିକରେ ପରାମର୍ଶ ଦେଉଥିବା ଡାକ୍ତରମାନଙ୍କ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି। ଗରିବ ରୋଗୀ ନିଜ ଭାଗ୍ୟକୁ ଆଦରି ସରକାରୀ ଡାକ୍ତରଖାନାରେ ପଡି ରହୁଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ସିଡିଏମ୍‌ଓ ଶିବାଶିଷ ମହାରଣାଙ୍କୁ ପଚାରିବାରୁ ତଥ୍ୟ ସଂକ୍ରାନ୍ତରେ ଗୁରୁବାର କହିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri