ସ୍ୱାସ୍ଥ୍ୟସେବା ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୨୫।୨: ସାତ ମହଲା କୋଠା। ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା। ତଳେ ଛିଡ଼ା ହୋଇ ଦେଖିଲେ ଆଖି ପାଉନାହିଁ। ବାହାରୁ ଝଟକୁଥିବା ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାର ମୁଖ୍ୟ ପ୍ରତିଷ୍ଠାନର ଭିତର ଅବସ୍ଥା କିନ୍ତୁ ଜମାରୁ ଭଲ ନୁହେଁ। ରୋଗୀଙ୍କୁ ଗୁଣାତ୍ମକ ସେବା ପ୍ରଦାନ ତ ଦୂରର କଥା, ଖାଦ୍ୟ ମଧ୍ୟ ଠିକ୍‌ ସମୟରେ ଦିଆଯାଉନାହିଁ। ଅଧା ଡାକ୍ତର ପଦବୀ ଖାଲି ପଡ଼ିଛି। ୫୨ ସ୍ଥାନରେ ୨୭ ଡାକ୍ତର ଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ପୂର୍ବାହ୍ନ ୮ଟା ପୂର୍ବରୁ ଦେଖାମିଳୁନାହିଁ। ଆବଶ୍ୟକ ସମୟରେ ସେବା ନ ପାଇ ରୋଗୀ କଲବଲ ହେଉଥିବା ଅଭିଯୋଗ ହୋଇଆସୁଛି। ଶୁକ୍ରବାର ସକାଳେ ୭ଟାରେ ଜିଲା ଓକିଲ ସଂଘ ଆହ୍ବାନରେ ଜିଲା ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲା ସାମ୍ବାଦିକ ସଂଘ, ସଚେତନ ନାଗରିକ ଫୋରମ୍‌ ଏବଂ ବୁଦ୍ଧିଜୀବୀଙ୍କ ଏକ ମିଳିତ ଟିମ୍‌ର ଅଚାନକ ପରିଦର୍ଶନ ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରର ବାସ୍ତବତାକୁ ପଦାକୁ ଆଣିଛି। ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟସେବାରେ ସୁଧାର ନ ଆସିଲେ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି।
ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ହତାଦର କରାଯାଉଥିବା ଅଭିଯୋଗ ଆସିବାପରେ ସକାଳ ୭ଟାରେ ଉକ୍ତ ଟିମ୍‌ ଡାକ୍ତରଖାନାରେ ପହଞ୍ଚତ୍ ସ୍ଥିତି ଯାଞ୍ଚ କରିଥିଲା। ସକାଳ ୮ଟା ସୁଦ୍ଧା ମେଡିକାଲରେ କୌଣସି ଡାକ୍ତର କାମରେ ଯୋଗ ଦେଇ ନ ଥିଲେ। ଏପରି କି ରୋଗୀଙ୍କୁ ଜଳଖିଆ ମଧ୍ୟ ଦିଆଯାଇ ନ ଥିଲା। ବିଭିନ୍ନ ଡାକ୍ତରୀ ପରୀକ୍ଷା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉନାହିଁ। ରୋଗୀଙ୍କ ସୁବିଧା ପାଇଁ ଥିବା ଲିଫ୍ଟ କାମ କରୁନାହିଁ। ଉପର ମହଲାରେ ଥିବା ୱାର୍ଡଗୁଡିକରେ ରାତିରେ ରୋଗୀଙ୍କୁ ଖାଦ୍ୟ ପ୍ରଦାନ କରାଯାଉ ନାହିଁ। ଉକ୍ତ ଟିମ୍‌ ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିବାବେଳେ ସବୁଠି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏହାର ପ୍ରତିବାଦରେ ସଂଘର କର୍ମକର୍ତ୍ତାମାନେ ସିଡିଏମ୍‌ଓ ଡା. ଅଶୋକ କୁମାର ଦାସ, ଏଡିଏମ୍‌ଓଙ୍କୁ ଘେରାଉ କରିଥିଲେ। ବାରମ୍ବାର ଅଭିଯୋଗ, ଆନ୍ଦୋଳନ ପରେ ବି କାହିଁକି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବାରେ ସୁଧାର ଆସୁନାହିଁ ବୋଲି ସେମାନେ ସିଡିଏମ୍‌ଓଙ୍କୁ ପ୍ରଶ୍ନ କରିଥିଲେ। ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରୁ ନ ଥିବା ଡାକ୍ତର, କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆନ୍ଦୋଳନ ମାଧ୍ୟମରେ ଏହାର ଉଚିତ୍‌ ଜବାବ ଦିଆଯିବ ବୋଲି ଉକ୍ତ ଟିମ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

ଡାକ୍ତର ଆସୁନାହାନ୍ତି
ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ୟୁଟିରେ ଥିବା ଡାକ୍ତରମାନେ ନିୟମିତ ଆସୁନାହାନ୍ତି। ଡାକ୍ତର, କର୍ମଚାରୀମାନେ କାମରେ ଖିଲାପ କଲେ ପରିସ୍ଥିତି ଭୟାବହ ହେବ।
-ସଞ୍ଜୟ କୁମାର ମିଶ୍ର, ଜିଲା ଓକିଲ ସଂଘ ସଭାପତି

ରୋଗୀଙ୍କୁ ଔଷଧ ମିଳୁନାହିଁ
ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ୨୪ ଘଣ୍ଟା ପରେ ବି ଔଷଧ କିମ୍ବା ଖାଦ୍ୟ ଦିଆଯାଉନାହିଁ। ଡାକ୍ତରମାନେ ଠିକ୍‌ ଭାବେ ଦେଖୁନାହାନ୍ତି। ଏପରି ଅବହେଳା ବିରୋଧରେ ସହରବାସୀ ରାଜରାସ୍ତାକୁ ଓହ୍ଲାଇବେ।
-ପ୍ରସନ୍ନ ପଟ୍ଟନାୟକ, ସଭାପତି, ଜିଲା ସାମ୍ବାଦିକ ସଂଘ

ଜିଲା ଚିକିତ୍ସାଧିକାରୀଙ୍କୁ ଜଣାଇଛୁ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଜିଲା ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଛି॥ ଏହାର ସମାଧାନ ଯେପରି ହେବ ସେ ଦିଗରେ ଉଦ୍ୟମ କରାଯିବ।
-ରାଜେନ୍ଦ୍ର ଦାସ, ସଭାପତି, ଜିଲା ଶିଳ୍ପ ଓ ବାଣିଜ୍ୟ ସଂଘ

ଡ୍ୟୁଟିରେ ଖିଲାପ କଲେ ଦରମା କାଟ
ଜିଲାରେ ମୋଟ ୨୪୪ ଡାକ୍ତର ପଦବୀ ମଧ୍ୟରୁ ୯୮ଟି ଖାଲି ପଡ଼ିଛି। ଜିଲା ଚିକିତ୍ସାଳୟରେ ୫୪ ପଦବୀ ଥିବାବେଳେ ୨୭ ଜଣ ଡାକ୍ତର ଅଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି। ଡ୍ୟୁଟିରେ ଖିଲାପ କରୁଥିବା ଡାକ୍ତରଙ୍କ ଦରମା କାଟ କରିବାକୁ ଏଡିଏମ୍‌ଓ (ମେଡିକାଲ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ଡା. ଅଶୋକ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri