ଚିତ୍ରକୋଣ୍ଡା,୨୯।୩(ଡି.ଏନ୍.ଏ.): ଚଳିତ ବର୍ଷ ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା କାୟାକଳ୍ପ ଚୟନ ତାଲିକାରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଦ୍ୱତୀୟ ସ୍ଥାନରେ ରହିଛି। ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା, ପରିଷ୍କାର ପରିଚ୍ଛନତା, ସ୍ବଚ୍ଛତା ନିଦାନ ଭଳି ପ୍ରତେକ ସୁବିଧା ସୁଯୋଗ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିଥିବାରୁ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ୍ ଚୟନ ଅନୁଯାୟୀ ଦ୍ୱତୀୟ ସ୍ଥାନ ହାସଲ କରିଛି। ଏ ନେଇ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ। ଉକ୍ତ ଖବରରେ ଚିତ୍ରକୋଣ୍ଡା ସହରବାସୀ ବେସ୍ ଖୁସି ଅଛନ୍ତି। ଚିକିତ୍ସାଳୟ ଅଧ୍ୟକ୍ଷ ଡ. କ୍ଷୀରୋଦ ଚନ୍ଦ୍ର ମହନ୍ତଙ୍କୁ ଏବଂ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।